ଭଦ୍ରକରେ ଚାଂଚଲ୍ୟ, ୨୪ ଘଣ୍ଟାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ।

ଭଦ୍ରକରେ ଚାଂଚଲ୍ୟ, ୨୪ ଘଣ୍ଟାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ।

କନକବ୍ୟୁରୋ:ଭଦ୍ରକରେ ଚାଂଚଲ୍ୟ । ଗୋଟିଏ ଦିନରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ପ୍ରଥମେ ମା ଓ ଝିଅଙ୍କ ମୃତ ଦେହ ମିଳିବା ପରେ ଆଜି ଅଭିଯୁକ୍ତ ନାବାଳକର ଆଇର ମୃତ ଦେହ ମିଳିଛି । ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାଇମଣି ଛକରେ ଏଭଳି ଚାଂଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ପ୍ରଥମେ କ୍ଷତାକ୍ତ ଓ ଉଲଗ୍ନ ଅବସ୍ଥାରେ ମାଆ, ଝିଅଙ୍କ ମୃତ ଶରୀର ମିଳିବା ପରେ ଏବେ ଅଭିଯୁକ୍ତ ନାବାଳକର ଆଇର ମୃତଦେହ ମିଳିଛି ।

ରାଇମଣି ଛକ ନିକଟ ଏକ ବୁଦାରୁ ମିଳିଛି ମୃତ ଦେହ । ଗତକାଲି ବଳଙ୍ଗା ଅଂଚଳର ସୁକାନ୍ତୀ ମୁଣ୍ଡା ଓ ୬ ବର୍ଷୀୟ ଝିଅର ମୃତଦେହ ମିଳିଥିଲା । ଘଟଣାସ୍ଥଳରେ ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକ କାବୁ କରି ପୁଲିସ ଜିମା ଦେଇଥିଲେ । ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ, ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବେ, ଝିଅ ଦେଖିଦେବାରୁ ତାକୁ ପଥରରେ ଛେଚି ହତ୍ୟା କରିଛି । ଏବେ ଗ୍ରାମାଂଚଳ ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଜରିି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe