କୋଭିଡ୍ ଟିକାର ୨ଟି ଡୋଜ୍ ନେବା ପରେ ହସ୍ପିଟାଲ ଯିବା ଆଶଙ୍କା ୦.୦୬ % : ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ସୂଚନା

256

କନକ ବ୍ୟୁରୋ : କୋଭିଡ ଟିକାର ୨ଟି ଯାକ ଡୋଜ ନେଇ ସାରିଥିବା ହିତାଧିକାରୀମାନଙ୍କ ଭିତରୁ ୯୭ ଦଶମିକ ୩୮ ପ୍ରତିଶତ ଏହି ମହାମାରୀ ଭୂତାଣୁ ଠାରୁ ସୁରକ୍ଷିତ ରହିପାରିବେ । ସେହିପରି ସେମାନଙ୍କ ଭିତରୁ ୦.୦୬% କ୍ଷେତ୍ରରେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଛି ବୋଲି ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ।

ଦେଶରେ ଟିକାକରଣ ଆରମ୍ଭ ହେବାର ପ୍ରଥମ ଶହେ ଦିନ ଭିତରେ ବିଶେଷ କରି କୋଭାସିଲ୍ଡ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଭିତରୁ ଯେଉଁମାନେ କୋଭିଡ ଲକ୍ଷଣ ସହ ଉକ୍ତ ଡାକ୍ତରଖାନାକୁ ଆସିଥିଲେ । ସେମାନଙ୍କ ଉପରେ ଅନୁଧ୍ୟାନ ଚଳାଇ ହସ୍ପିଟାଲ ପକ୍ଷରୁ ଏପରି କୁହାଯାଇଛି । ଆପୋଲୋ ହସ୍ପିଟାଲ୍ସ ଗୁପ୍ର ନିର୍ଦ୍ଦେଶକ ଡାକ୍ତର ଅନୁପମ ସିବାଲଙ୍କ କହିବା ଅନୁଯାୟୀ ଦେଶରେ କୋଭିଡ – ୧୯ ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଥିବା ଅବସରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି ।

ଟିକା ନେଲା ପରେ କାହା କାହା ଠାରେ କୋଭିଡ ସଂକ୍ରମଣ ଦେଖାଯାଉଥିବାର ଅଭିଯୋଗ ମାନ ପହଂଚୁଛି ତାହାକୁ ମହତ୍ୱପୁର୍ଣ୍ଣ ସଂକ୍ରମଣ ତଥ୍ୟ ଭାବେ ବିବେଚନା କରାଯାଏ । ଏପରି ସଂକ୍ରମଣ କିଛି ବ୍ୟକ୍ତିଙ୍କ ଠାରେ ଠିକାର ପ୍ରଥମ ମାତ୍ରା ନେଲା ପରେ ଏବଂ କାହା କାହା ଠାରେ ଉଭୟ ମାତ୍ରା ନେଲା ପରେ ବି ଦେଖା ଦେଇଥାଏ ।