କ’ଣ ସେମିଫାଇନାଲ ଦୌଡରୁ ବାଦ୍ ପଡିବ କି ପାକିସ୍ତାନ ? ଆଗକୁ ଯିବା ପାଇଁ କାହାକୁ କରିବାକୁ ପଡିବ କେତେ କସରତ , ଜାଣନ୍ତୁ ସେମିଫାଇନାଲର ଏହି ରୋମାଞ୍ଚକର ଗଣିତ ।

1,020

୧୨ ତମ ବିଶ୍ୱକପ୍ ୨୦୧୯ ରେ ରବିବାର ବର୍ମିଂହାମ୍ ଏଜବେଷ୍ଟନର କ୍ରିକେଟ୍ ପଡିଆରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମ୍ୟାଚରେ ଇଂଲଣ୍ଡ ଭାରତକୁ ୩୧ ରନରେ ହରାଇ ସେମିଫାଇନାଲ୍ ଦୌଡରେ ସାମିଲ୍ ହୋଇଯାଇଛି । ଅନ୍ୟପକ୍ଷରେ ଇଂଲଣ୍ଡର ବିଜୟ ପରେ ସେମିଫାଇନାଲ୍ ର ଦୌଡ ମଧ୍ୟ ଖୁବ୍ ରୋମାଞ୍ଚକର ହୋଇଉଠିଛି । ଏବେ ପର୍ଯ୍ୟନ୍ତ କେବଳ ଅଷ୍ଟ୍ରେଲିଆ ଟିମ୍ ହିଁ ସେମିଫାଇନାଲରେ ନିଜ ଖାତା ଖୋଲିପାରିଥିଲା । ଅନ୍ୟପକ୍ଷରେ ଆଫଗାନିସ୍ତାନ,ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ପୂର୍ବରୁ ହିଁ ସେମିଫାଇନାଲ୍ ରେସରୁ ବାହାର ହୋଇସାରିଛି । ଏବେ ସେମିଫାଇନାଲରେ ତିନୋଟି ସ୍ଥାନ ପାଇଁ ୫ ଟି ଟିମ୍ ଭିତରେ ଘମାଘୋଟ୍ ଲଢେଇ ହେବ । ଏଭଳି ସ୍ଥିତିରେ ଆସନ୍ତୁ ଜାଣିବା ଯେ ଏହି ପୁରା ଖେଳର ଗଣିତ କ’ଣ ଏବଂ କେଉଁ ଟିମ୍ ସେମିଫାଇନାଲରେ ନିଜ ସ୍ଥାନକୁ ବଳବତ୍ତର ରଖିବ ।

ଟିମ୍ ଇଣ୍ଡିଆ ସେମିଫାଇନାଲରେ ଯିବା ପାଇଁ ସବୁଠାରୁ ଆଗରେ ରହିଛି । ବିଶ୍ୱକପ୍ ରେ ଖେଳାଯାଇଥିବା ୭ ଟି ମ୍ୟାଚରେ ୫ ଟିରେ ବିଜୟ ଏବଂ ଗୋଟିଏରେ ପରାଜୟ ଏବଂ ଗୋଟିଏ ମ୍ୟାଚ୍ ରଦ୍ଦ ହେବା କାରଣରୁ +୦.୮୫୪ ରନରେଟ୍ ସହ ୧୧ ଅଙ୍କରେ ରହିଛି । ଏବେ ବିରାଟ ବାହିନୀକୁ ଦୁଇଟି ମୁକାବିଲା ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ସହ ଖେଳିବାକୁ ହେବ । ଏହି ଦୁଇ ମୁକାବିଲାରେ ଗୋଟିଏ ବିଜୟ ମଧ୍ୟ ୧୩ ଅଙ୍କରେ ଭାରତକୁ ସେମିଫାଇନାଲ୍ ଦୌଡରେ ସାମିଲ୍ କରିପାରେ । ଏହାପରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ସେମିଫାଇନାଲ୍ ପାଇଁ ମଜବୁୁତ ଟିମ୍ ଭାବରେ ଠିଆ ହେବ । ତେବେ ନ୍ୟୁଜିଲ୍ୟାଣ୍ଡ ନିଜ କୋଟାର ୧୧ ଅଙ୍କ ଖେଳିସାରିଛି । +୦.୫୭୨ କମ୍ ରନରେଟ୍ ରେ ଏହା ଅଙ୍କ ତାଲିକାରେ ଭାରତରୁ କମ୍ ସ୍ଥାନରେ ରହିଛି । ନ୍ୟୁଜିଲ୍ୟାଣ୍ଡର ମୁକାବିଲା ଏବେ ଇଂଲଣ୍ଡ ସହ ରହିଛି ଯଦି ଏହି ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ବାଜିମାତ୍ କରୁଛି ତେବେ ସେମିଫାଇନାଲରେ ପହଁଚିଯିବ । ଇଂଲଣ୍ଡରୁ ହାରିଲେ ମଧ୍ୟ ଭଲ ରନରେଟରେ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ୍ ପହଁଚିଯିବ ।

ଅସଲ ଖେଳ ସେମିଫାଇନାଲ୍ ର ଚତୁର୍ଥ ଟିମ୍ ବାଙ୍ଗଲାଦେଶ,ଇଂଲଣ୍ଡ ଏବଂ ପାକିସ୍ତାନ ଭିତରେ ରହିଛି । ତେବେ ଶ୍ରୀଲଙ୍କା ପାଖରେ ମଧ୍ୟ ମଉକା ରହିଛି । ଯଦି ଇଂଲଣ୍ଡ କଥା କହିବେ ତେବେ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ପରେ ୧୨ ଅଙ୍କରେ ସିଧା ସେମିଫାଇନାଲ୍ ଦୌଡରେ ସାମିଲ ହେବ ଏବଂ ଅନ୍ୟସବୁ ଟିମ୍ ହେବେ ଆଉଟ୍ । କିନ୍ତୁ ପାକିସ୍ତାନ ବାଙ୍ଗଲାଦେଶକୁ ହରାଇଲେ ଏବଂ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡକୁ ହରାଇଲେ ଉକ୍ତ ସ୍ଥିତିରେ ପାକିସ୍ତାନ ୧୧ ଅଙ୍କ ଏବଂ ଇଂଲଣ୍ଡ ୧୦ ଅଙ୍କରେ ରହିଯିବ ଏବଂ ପାକିସ୍ତାନ ସେମିଫାଇନାଲ୍ ପାଇଁ କ୍ୱାଲିଫାଏ ହୋଇଯିବ । ଆଉ ଯଦି ଇଂଲଣ୍ଡ ଏବଂ ପାକିସ୍ତାନ ଶେଷ ଫାଇଟରେ ହାରିଯାଉଛନ୍ତି ତେବେ ବାଙ୍ଗଲାଦେଶ ଟିମ୍ ପାକିସ୍ତାନ ଏବଂ ଇଣ୍ଡିଆ ଦୁଇ ଟିମ୍ କୁ ହରାଇଦେଲେ ସେ ୧୧ ଅଙ୍କରେ ସେମିଫାଇନାଲ୍ ଦୌଡରେ ସାମିଲ ହୋଇଯିବ ।