୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା । କେତେକ ସ୍ଥାନରେ ହୋଇପାରେ ସ୍ୱଳ୍ପ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା

ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର...

522

କନକ ବ୍ୟୁରୋ : ରାଜ୍ୟର ୧୪ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ । ବିଶେଷକରି ପଶ୍ଚିମ, କେନ୍ଦ୍ରୀୟ ଓ ପଶ୍ଚିମ-ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ। କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି । ଆହୁରି କୁହାଯାଇଛି ଯେ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ବାକି ଜିଲ୍ଲାଗୁଡ଼ିକରେ ସେଭଳି କୌଣସି ପରିବର୍ତନ ହେବନି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତନ ହେବନି । ନୂଆପଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ତି ସମେତ ଅଭ୍ୟନ୍ତରୀଣ ଓଡ଼ିଶା, ବାଲେଶ୍ବର ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସୁନ୍ଦରଗଡ଼ରେ ସର୍ବାଧିକ ୫ ମିମି ବର୍ଷା ରେକର୍ଡ କରାଯାଇଛି ।