ଉପକୂଳରେ କାଳବୈଶାଖୀର ତାଣ୍ଡବ, ସେପଟେ ଜଳୁଛି ପଶ୍ଚିମ ଓଡିଶା ।

Advertisment
ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ଆଶଙ୍କା ! ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ

କନକ ବ୍ୟୁରୋ : କାଳବୈଶାଖୀ ବର୍ଷା ଯୋଗୁଁ କଟକ-ଭୁବନେଶ୍ୱର ପାଗ ହଠାତ୍ ବଦଳିଛି । କାଲି ରାତିରେ ଟ୍ୱିନ୍ ସିଟିରେ କାଳବୈଶାଖୀ ବର୍ଷା ସହ ପବନ ହୋଇଛି । ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳର କିଛି ଅଂଚଳରେ କାଳବୈଶାଖୀର ଚେତବନୀ ଦେଇଛି ପାଣିପାଗ ବିଭାଗ । ସେପଟେ କିନ୍ତୁ ପଶ୍ଚିମ ଓଡିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଫଳରେ ପ୍ରବଳ ତାତିରେ ଛଟପଟ ହେଉଛନ୍ତି ଲୋକେ ।

ଅପରପକ୍ଷେ ଉପକୂଳ ଓଡ଼ିଶାର ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ, ଗୋପାଳପୁର, ପୁରୀ, ଅନୁଗୁଳ, ଦକ୍ଷିଣ ଓଡ଼ିଶାର କୋରାପୁଟ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଦାରିଙ୍ଗବାଡ଼ିରେ କାଳବୈଶାଖୀ ଜନିତ ବର୍ଷା ହେବାରୁ ତାତି କମିଛି। ଆସନ୍ତା ଦୁଇରୁ ତିନି ଦିନ ଏହି ସବୁ ଅଞ୍ଚଳରେ ତାତି କମ୍ ଅନୁଭୂତ ହେବ। କିନ୍ତୁ ଏହାପରେ ତାତି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଅପରପକ୍ଷେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଜଗତସିଂହପୁର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe