ବୁଢା ହାଡ଼ରେ ବି ଯୁବାଶକ୍ତି ଭରିଦିଏ ଚଣାଡ଼ାଲି । ପ୍ରତିଦିନ ଖାଇଲେ ଶରୀରକୁ ମିଳେ ଲାଭ 

385

ଡ଼ାଲି ଖାଇବା ଶରୀର ପକ୍ଷେ ବହୁତ ହିତକର ହୋଇଥାଏ । ଚଣାଡ଼ାଲିରେ ଫାଇବରରୁ ଆରମ୍ଭ କରି ପ୍ରୋଟିନ୍ , ଭିଟାମିନ୍ ଏବଂ ଖଣିଜର ଭରପୁର ମାତ୍ରା ରହିଥାଏ ଏବଂ ଏଥିରେ ଫ୍ୟାଟ୍ ମାତ୍ରା ବି କମ୍ ଥାଏ । ଚଣାଡ଼ାଲି ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ଦେଇଥାଏ । ଏହା କୋଲେଷ୍ଟ୍ରୋଲର ସ୍ତରକୁ କମ୍ କରିବାରେ ସହାୟକ ହୁଏ । ସ୍ୱଚ୍ଛ ହୃଦୟ ପାଇଁ ଚଣାଡ଼ାଲି ଖାଇବା ନିତାନ୍ତ ଆବଶ୍ୟକ । ତେବେ ଏହି ଡ଼ାଲିରେ ଆଉ କ’ଣ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା ।

ହାଡ଼ ପାଇଁ ଖୁବ୍ ଉପଯୋଗୀ ଚଣାଡ଼ାଲି 

ସୁସ୍ଥ ଶରୀର ପାଇଁ ହାଡ଼ର ମଜଭୁତ ରହିବା ନିତାନ୍ତ ଆବଶ୍ୟକ । ବୟସ ବଢିବା ସହ ଶରୀରର ବିଭିନ୍ନ ହାଡ଼ ମଧ୍ୟ ଦୁର୍ବଳ ହୋଇଥାଏ । କିନ୍ତୁ ନିୟମିତ ଚଣାଡ଼ାଲି ବ୍ୟବହାରରେ ବୟସ୍କ ସମୟରେ ମଧ୍ୟ ହାଡ଼ ମଜଭୁତ ରହିଥାଏ । ଚଣାଡ଼ାଲିରେ ପୋଟାସିୟମ୍ , କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ଥିବାରୁ ଏହା ହାଡ଼ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।

ଡାଏବେଟିସ୍ ରୋଗୀଙ୍କ ପାଇଁ ଏହି ଡ଼ାଲି ଖୁବ୍ ଲାଭଦାୟକ । ଚଣାଡ଼ାଲିରେ ଥିବା ଫାଇବର୍ ବ୍ଲଡ ସୁଗାର୍ ଲେବଲ୍ ନିୟନ୍ତ୍ରଣରେ ରଖିଥାଏ । ଫାଇବର୍ ଏବଂ ପ୍ରୋଟିନ୍ ମାତ୍ରା ଅଧିକ ଥିବା କାରଣରୁ ଚଣାଡ଼ାଲି ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହା ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ ଚଣାଡ଼ାଲି । ଇରିଟେବଲ୍ ବାଉଲ୍ ସିଣ୍ଡ୍ରୋମ ଭଳି ଗ୍ୟାଷ୍ଟୋଇଣ୍ଟେଷ୍ଟାଇନଲ୍ ବିକାରରୁ ମୁକ୍ତି ଦେଇଥାଏ ଏହି ଡ଼ାଲି । ଏହି ରୋଗରେ ପେଟବ୍ୟଥା , ଛାତିଦରଜ ଏବଂ ମଳତ୍ୟାଗ କରିବାରେ ଅସୁବିଧା ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଚଣାଡ଼ାଲି ମହୌଷଧି ଭଳି କାମ କରିଥାଏ ।