କନକ ବ୍ୟୁରୋ: ଚମ୍ପୁଆରେ ଚିତ୍ ହେଲା ବିଜେପି । ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ଦଖଲ କରୁଛି ବିଜୁ ଜନତା ଦଳ । ୨୫ ହଜାର ୫୦୪ ଖଣ୍ଡ ଭୋଟରେ ବିଜୟୀ ହୋଇ ‘ଶଙ୍ଖ’ ନାଦ କଲେ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ । ଉକ୍ତ ବିଧାନସଭା ଆସନର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୂରଲୀ ଶର୍ମାଙ୍କୁ ୨୫ ହଜାର ୫୦୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ବିଜେଡି ମହିଳା ପ୍ରାର୍ଥୀ ମିନକ୍ଷୀ ମହାନ୍ତ ।
ଅନ୍ୟପଟେ ଝରିଗାାଁ, ବଡ଼ଚଣା, ନବରଙ୍ଗପୁର ଭଳି ବିଧାନସଭା ଆସନକୁ ବିଧିବଦ୍ଧଭାବେ ନିଜ ଅକ୍ତିଆରକୁ ନେଇଛି ବିଜେଡି । ସେହିପରି ଟ୍ରେଣ୍ଡିଂରେ ଏବେ ବିଜେଡି ୧୧୦ ସିଟ୍ ପାଇଁ ଆଗୁଆ ଦଳଭାବେ ସରକାର ଗଢ଼ିବାକୁ କମର କଷିଛି ବିଜେଡି । ସେପଟେ ଏଭଳି ଫଳାଫଳକୁ ନେଇ ବିଜେଡି ଶିବିରଠାରୁ ଆରମ୍ଭ କରି ତୃଣମୂଳସ୍ତରରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/MINAXI-MAHANTA.jpg)