ଦିୟାଙ୍କ ପ୍ରକୃତି ପ୍ରେମ: ଚାମ୍ପିଅନ୍ ଅଫ୍ ଚେଂଜ ଆୱାର୍ଡରେ ସମ୍ମାନୀତ

63

କନକ ବ୍ୟୁରୋ: ବଲିଉଡ୍ ନାୟିକା ଦିୟା ମିର୍ଜାଙ୍କୁ ଚାମ୍ପିଅନ୍ ଅଫ୍ ଚେଞ୍ଜ ଆୱାର୍ଡରେ ସମ୍ମାନୀତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍ତମ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ସେପ୍ଟେମ୍ବର ୩୦ ତାରିଖରେ ମୁମ୍ବାଇ କୋଲାବାସ୍ଥିତ ତାଜ ହୋଟେଲରେ ଆୟୋଜିତ ଏକ ସମାରୋହରେ ଦିୟାଙ୍କୁ ଏହି ପୁରସ୍କାର ଦିଆଯାଇଛି । ଏହି ସମ୍ମାନ ଭାରତ ସରକାରଙ୍କ ଇଣ୍ଟରଆକ୍ଟିଭ୍ ଫୋରମ୍ ଅନ୍ ଇଣ୍ଡିଆନ୍ ଇକୋନୋମି ସଂସ୍ଥା ପକ୍ଷରୁ ଦିଆଯାଇଛି । ଦିୟାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରି ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି । ସମାଜର ସ୍ୱାର୍ଥ ପାଇଁ ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ଉଦ୍ୟମ କରିଥିବା ମୋଟ ୧୧୫ ଜଣଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା । ଦିୟାଙ୍କ ଏହି ସଫଳତା ପାଇଁ ପ୍ରଶଂସକ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

୨୦୧୭ରେ ଦିୟାଙ୍କୁ ଭାରତ ପାଇଁ ସଂଯୁକ୍ତ ରାଷ୍ଟ୍ର ପରିବେଶ ସଦ୍ଭାବନା ଆମ୍ବାସାଡାର ଭାବେ ମଧ୍ୟ ବଛାଯାଇଥିଲା । ଏବେ ତାଙ୍କର ଏହି କାର୍ଯ୍ୟକାଳକୁ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।