ଶ୍ରୀମନ୍ଦିରରେ ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ : ପାଲିଙ୍କିରେ ନଗର ପରିକ୍ରମା କରିବେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ

173

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ଚମ୍ପକ ଦ୍ୱାଦଶୀ । ମହାଆଡମ୍ବରରେ ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ଗୁଆଲି ନୀତି । ପାଲିଙ୍କିରେ ନଗର ପରିକ୍ରମା କରିବେ ଶ୍ରୀମଦନମୋହନ ଓ ଶ୍ରୀଦେବୀ । ମହାପ୍ରଭୁ ଏବଂ ମା’ ଲକ୍ଷ୍ମୀ ପ୍ରଥମେ ଶ୍ରୀନଅରକୁ ଯିବେ । ସେଠାରେ ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯିବେ ଏବଂ ପଞ୍ଚଗ୍ରାସ ନୀତି ସମ୍ପନ୍ନ ହେବ । ଏହି ସମୟରେ ବହୁ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହେବେ ।