କନକବ୍ୟୁରୋ: ବଜେଟକୁ ନେଇ ଶେଷ ହେଲା ସରକାରଙ୍କ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବଜେଟ ପ୍ରସ୍ତୁତି ପାଇଁ ବୈଠକ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଆସନ୍ତା ୨୫ ତାରିଖରେ ୨୦୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ସମସ୍ତଙ୍କ ଆଶା, ଆକାଂକ୍ଷାକୁ ପ୍ରତିଫଳନ କରିବ ଚଳିତ ବଜେଟ୍ । ଲୋକଙ୍କର ସରକାର ଭାବେ ଲୋକଙ୍କ ମତାମତକୁ ଅଗ୍ରାଧିକାର ଦିଆଯାଇ ଆସୁଅଛି।

Advertisment

ବଜେଟ୍ ପାଇଁ ୧୨ ହଜାରରୁ ଅଧିକ ଲୋକ ସେମାନଙ୍କ ମତାମତ ଓ ପ୍ରସ୍ତାବ ଅନଲାଇନ୍ ହ୍ୱାଟ୍ସ ଆପ ଜରିଆରେ ଦେଇଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ୬ଗୁଣା ଅଧିକା। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଲୋକଙ୍କ ସରକାର। ରାଜ୍ୟର ପ୍ରାୟ ସମସ୍ତ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ସରକାର। ବଜେଟ ପ୍ରସ୍ତୁତିରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ପ୍ରି ବଜେଟରେ କ୍ରୀଡା ସହିତ ପର୍ୟ୍ୟଟନକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ତାସହ କେମିତି ବ୍ୟବସାୟୀମାନଙ୍କ ଉନ୍ନତି ହେବ, ଚାଷୀଙ୍କର କିଭଳି ଉନ୍ନତି ହେବ, ସେନେଇ ବଜେଟରେ ଗୁରୁତ୍ୱ ଦିଆଯିବ।