କନକ ବ୍ୟୁରୋ: ଗୋଟେପଟେ ଆନ୍ଦୋଳନ, ଅନ୍ୟପଟେ ସିବିଆଇର ଖୋଲତାଡ ଓ ଡାକ୍ତରୀ ରିପୋର୍ଟରେ ଅନେକ ଚାଂଚଲ୍ୟକର ଖୁଲାସା ସାମ୍ନାକୁ ଆସୁଛି । ପୋଷ୍ଟମର୍ଟମ ରିପୋର୍ଟ, ଫୋରେନସିକ ରିପୋର୍ଟ ଅନେକ ଲୋମଟାଙ୍କୁରା ତଥ୍ୟ ଜଣାପଡିବା ପରେ ମାମଲାର ମୋଡ ନୂଆ ଦିଗକୁ ଯିବା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି
-ମୃତ ଡାକ୍ତରଙ୍କ ଶରୀରରରେ ୧୪ଟି କ୍ଷତ ଚିହ୍ନ
-ମୁଣ୍ଡ, ମୁହଁ,ବେକ,କାନ୍ଧ ଓ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ
-ତଣ୍ଟିଂ ଚିପିବା କାରଣରୁ ମୃତ୍ୟୁ ହୋଇଛି
-ଦୁଷ୍କର୍ମ ପରେ ଶରୀରରେ ଆଘାତ
ହସ୍ପିଟାଲରେ ମାନବ ଅଙ୍ଗପ୍ରତ୍ୟେଙ୍ଗ ଚୋରାଚାଲାଣ ସନ୍ଦେହ
ସେକ୍ସ ଓ ଡ୍ରଗ୍ସ ରାକେଟ ଚାଲୁଥିବା ମଧ୍ୟ ସନ୍ଦେହ
ମାମଲାରେ ଏକଥା ମଧ୍ୟ ଦାବି କରାଯାଉଛି ଯେ କୋଲକାତାର ସବୁଠୁ ବଡ ସରକାରୀ ହସ୍ପିଟାଲ ଓ କଲେଜ ବଡ ରାକେଟ ଚାଲୁଥିଲା । ମାନବ ଅଙ୍ଗପ୍ରତ୍ୟେଙ୍ଗ ଚୋରା ଚାଲାଣ, ସେକ୍ସ ଓ ଡ୍ରଗ୍ସ ରାକେଟରେ ହସ୍ପିଟାଲର କିଛି ବରିଷ୍ଠ ବ୍ୟକ୍ତିଙ୍କ ସମ୍ପୃକ୍ତି ମଧ୍ୟ ଆଶଙ୍କା କରାଯାଉଛି । ହୁଏତ ଏହି ବାବଦରେ ଜାଣିଥିଲେ ମୃତ ଡାକ୍ତର । ତେବେ ତାଙ୍କୁ ରାସ୍ତାର ହଟାଇବା ପାଇଁ ଏକ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଯୋଜନାବଦ୍ଧ କରାଯାଇଥିବା ସହପାଠୀ, ପରିବାର ସନ୍ଦେହ ପ୍ରକାଶ କରୁଛି ।
ପୂର୍ବ ପ୍ରିନ୍ସପାଲଙ୍କୁ ଘନଘନ ଜେରା
୪ଡାକ୍ତରଙ୍କୁ ମଧ୍ୟ ସିବିଆଇର ପ୍ରଶ୍ନ
ସିବିଆଇ ଅଧିକାରୀ ସେହି ସେମିନାର ହଲରେ ପହଁଚିଛି ଯେଉଁଠି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଲେଜର ସ୍କାନ ବ୍ୟବହାର କରି ମାଷ୍ଟରମାଇଣ୍ଡ ନିକଟରେ ପହଁଚିବାକୁ ଚେଷ୍ଟା କରାଯାଉଛି । ୩ଟି ଟିମ ସହ ଛାନଭିନ କରୁଛି ସିବିଆଇ । ତଦନ୍ତକାରୀ ସଂସ୍ଥାର ରାଡାରେ ପୂର୍ବତନ ପ୍ରିନ୍ସପାଲ ଓ ୪ଜଣ ଡାକ୍ତର ରହିଛନ୍ତି । ଏମାନଙ୍କୁ ବାରମ୍ବାର ଜେରା କରାଯାଉଛି ।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢ଼ୁଛି ଟିଏମିର ସମସ୍ୟା । ଘଟଣାକୁ ନେଇ ଦଳରେ କିଛି ବି ଠିକ ନାହିଁ । ମମତାଙ୍କ ନେତା,ମନ୍ତ୍ରୀ ମଧ୍ୟ ସ୍ବର ଉତ୍ତୋଳନ କରିଲେଣି । ଟିଏମସି ସାଂସଦ ସୁଖେନ୍ଦୁ ଶେଖର ଦଳର ମୁଖିଆଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଧାରଣାରେ ବସିଥିବାବେଳେ ଏବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ମମତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ରାହୁଲ ପଶ୍ଚିମବଙ୍ଗକୁ ଏକ ଅସୁରକ୍ଷିତ ରାଜ୍ୟ କହିବା ସହ ମମତା ସରକାର ଅପରାଧୀଙ୍କୁ ବଂଚାଉଥିବା କହିବା ପରେ ଟିଏମସି ପାଲଟା ଜବାବ ରଖିଛି।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ପର ଉତ୍ତୋଳନ କରିଛନ୍ତି ଖୋଦ ରାଜ୍ୟପାଳ ସିଭି ଆନନ୍ଦବୋଷ । ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସୁରକ୍ଷିତ ନଥିବା କହିବା ସହ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାକୁ ସମୟ ମାଗିଥିବା ଜଣାପଡିଛି ।
କୋଲକାତା ଘଟଣା ସାରା ଦେଶକୁ ଦୋହଲାଇାଦେଇଛି । ନ୍ୟାୟ ଦାବି ଓ ଦୋଷୀକୁ କଠୋର ଶାସ୍ତି ଏବଂ କାର୍ଯ୍ୟାଳୟରେ ମଜୁଭୁତ ସୁରକ୍ଷା ଦାବି କରି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଦିନକୁ ଦିନ ତେଜୁଛି ।କୋଲକାତାର ଆକ୍ରୋଶର ନିଆଁ ସାରାଦେଶରେ ଦେଖିବାକୁ ମିଳୁଛି
ଡାକ୍ତରଙ୍କ ଲୋମହର୍ଷଣକାରୀ ଦୁଷ୍କର୍ମ ଓ ହତ୍ୟା ମାମଲା ସହ ଯୋଡି ହୋଇଛି ୨୩ବର୍ଷ ପୁରୁଣା ଆଉ ଏକ ମାମଲା ।୨୦୦୧ରେ ହଷ୍ଟେଲର ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସେହି ସମୟରେ ଚହଲ ପକାଇଥିଲା ।ସେହି ସମୟରେ ଆରଜି କଲେଜରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି ସେହି ମାମଲା ଆତ୍ମହତ୍ୟା ଥିଲା ହତ୍ୟା ? ଯେଉଁଭଳି ଭାବେ ମହିଳା ଡାକ୍ତରଙ୍କ ମାମଲାକୁ ଆତ୍ମହତ୍ୟା ରୂପ ଦେଇ ପ୍ରଥମେ ଚପାଇବାକୁ ଉଦ୍ୟମ କରାଯାଇଥିଲା ଠିକ ସେଭଳି କିଛି ଘଟିଥିଲା କି ୨୦୦୩ରେ?