କନକ ବ୍ୟୁରୋ: ହାଇକୋର୍ଟ ଗଲେ ଦୀପାଳି ଦାସ । ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଛନ୍ତି ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ । ଚଳିତ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମିଥ୍ୟା ନିର୍ବାଚନୀ ସତ୍ୟପାଠ ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି ।
#ହାଇକୋର୍ଟ_ଗଲେ_ଦୀପାଳି_ଦାସ
ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ
ହାଇକୋର୍ଟର ଦ୍ୱାରସ୍ଥ ହେଲେ ଦୀପାଳି ଦାସ
ଟଙ୍କଧର ତ୍ରିପାଠୀ ମିଥ୍ୟr ନିର୍ବାଚନୀ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ@deepalidas95@tankadharbjp#Odisha#KanakNewspic.twitter.com/qzLAoejnZl— Kanak News (@kanak_news) July 12, 2024
ତେବେ ଏହା ପୂର୍ବରୁ ମଧ୍ୟ ନିର୍ବାଚନ ଫଳାଫଳକୁ ନେଇ ଖୁସି ନଥିଲେ ଦୀପାଳି । ଇଭିଏମ୍ ଯାଞ୍ଚ ପାଇଁ ସେ ନିର୍ବାଚନ ଆୟୋଗଙ୍କୁ ଆବେଦନ କରିଥିଲେ । ଯାହାପରେ ଦୀପାଳିଙ୍କ ଆବେଦନକୁ ଇସିଆଇ ଗ୍ରହଣ କରିବା ସହ ୧୩ଟି ବୁଥରେ ଇଭିଏମ୍ ଯାଞ୍ଚ ପାଇଁ ଅନୁମତି ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଏଥର ଝାରସୁଗୁଡା ବିଧାନସଭା ନିର୍ବାଚନରେ ଦୀପାଳି ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କଠାରୁ ମାତ୍ର ୧୩୩୩ ଖଣ୍ଡ ଭୋଟରେ ହାରିଯାଇଥିଲେ । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ହରାଇ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଇଥିଲେ ।