ରାସ୍ତାରେ ଲାଗିଥିଲା ଟ୍ରାଫିକ୍ ଜାମ, ନଦୀ ଭିତରେ ଥାର୍ ଗାଡି ନେଇ ଆଗକୁ ବଢିଲେ ଗାଡି ଚାଳକ । ଭିଡ଼ିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ ।

ରାସ୍ତାରେ ଲାଗିଥିଲା ଟ୍ରାଫିକ୍ ଜାମ, ନଦୀ ଭିତରେ ଥାର୍ ଗାଡି ନେଇ ଆଗକୁ ବଢିଲେ ଗାଡି ଚାଳକ । ଭିଡ଼ିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ ।

କନକ ବ୍ୟୁରୋ : ନୂଆ ବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମିବାରେ ଲାଗିଛି । ଛୁଟି ଥିବାରୁ ପରିବାର ସହ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଲୋକେ ଘରୁ ବାହାରି ଯାଉଛନ୍ତି । ଏହାରି ଭିତରେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ । ଫଳରେ ଗତ ଦୁଇ ଦିନ ହେଲା ଦୀର୍ଘ ଘଣ୍ଟା ଘଣ୍ଟା ଧରି ଗାଡ଼ି ମୋଟର ଅଟକି ରହୁଛି । ଏପରି ଟ୍ରାଫିକ ଜାମରୁ ବର୍ତିବା ପାଇଁ ଜଣେ ପର୍ଯ୍ୟଟକ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

ହିମାଚଳର ଲାହୌଲ ସ୍ପିତିରେ ଥିବା ଚନ୍ଦ୍ରା ନଦୀରେ ନିଜ ଥାର ଗାଡ଼ିକୁ ଓହ୍ଳାଇ ଦେଇଛନ୍ତି ପର୍ଯ୍ୟଟକ । ତେବେ ନଦୀରେ ଅଳ୍ପ ପାଣି ଥିବାରୁ ଗାଡ଼ି ଚାଲିବାରେ କୌଣସିି ସମସ୍ୟା ହୋଇନାହିଁ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲାହୌଲରୁ ମନାଲୀ ଆସିବା ରାସ୍ତାରେ ଗତକାଲି ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ଲାଗିଥିବାରୁ ପର୍ଯ୍ୟଟକ ଏପରି ବାଟ ଆପଣାଇଛନ୍ତି । ଯାହାକୁ ସମାଲୋଚନା ମଧ୍ୟ କରାଯାଉଛି । କିଛି ଲୋକ ଯୁବକଙ୍କର ଏଭଳି ପ୍ରୟାସକୁ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଏଭଳି କାର୍ଯ୍ୟ ଉକ୍ତ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସୂଚନା ମିଳିଛି । ଏପରିକି ଉକ୍ତ ଗାଡି ନାଁରେ ଚାଲାଣ କଟା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ୩ ଦିନରେ ୫୫ହଜାର ଯାନବାହାନ ରୋହତାଙ୍ଗରେ ଅଟଲ ଟନେଲକୁ ପାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe