କନକ ବ୍ୟୁରୋ : ଚକ୍ ଖଡିରେ ଚିତ୍ର କରି ଚର୍ଚ୍ଚାରେ ଛାତ୍ର । ଖଡିରେ ମୋଦୀଙ୍କ ପ୍ରତିକୃତି କରି ଚର୍ଚ୍ଚା ସାଉଁଟିଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର କେ.ବିଜୟ ରେଡ୍ଡୀ । ଚକ୍ ଖଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରତିକୃତି ତିଆରି କରିଛନ୍ତି ବିଜୟ । ଯାହାକୁ ମୋଦୀଙ୍କ ମନ୍ କି ବାତରେ ପ୍ରଶଂସା କରାଯାଇଛି ।

Advertisment

ଏହି କୃତି କରିବାକୁ ତାଙ୍କୁ ପ୍ରାୟ ୧ଘଣ୍ଟା ସମୟ ଲାଗିଥିଲା । ମୋଦୀଙ୍କୁ ନିଜ ଆଦର୍ଶ ମାନୁଥିବା ବିଜୟ ଏହି ଚିତ୍ରକୁ କୋରିୟର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ଏହି ଚିତ୍ରକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଟୁଇଟର ଆକାଉଣ୍ଟରେ ପ୍ରସାରଣ କରାଯାଇଛି । ଏହି ଚିତ୍ର ଭଳି ଅନେକ ଚିତ୍ର କରି ବିଜୟ ଇଣ୍ଡିଆ ବୁକ୍ ଓ ଏସିଆ ବୁକରେ ସ୍ଥାନ ପାଇଛନ୍ତି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ବିଜୟ ।