କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ପୁଣି ଲେଉଟିଲାଣି ଚକଡା । ବର୍ଷା ବିତ୍ପାତରେ ଯାହା କ୍ଷତି ସହିଛି ଚାଷୀ ଚକଡା ପୁଣି ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଲାଣି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚକଡା ଲାଗିବା ଆରମ୍ଭ ହେଲାଣି । ଫଳରେ ଚାଷୀ ପାଇଁ ଏହା ପୁଣି ବିପଦ ସାଜିପାରେ । ଗୋଟିଏ ପଟେ କରୋନା ଯୋଗୁଁ ଚାଷୀ ଶ୍ରମିକ ଅଭାବ ଭିତରେ ବିଳମ୍ବରେ ଚାଷ କାଯ୍ୟ ଆରମ୍ଭ କରିଛି ।
ଯଦି ଚକଡା କାୟା ବିସ୍ତାର କରେ ବିହନ ଫେରିପାଇବା ଚାଷୀ ପାଇଁ କଷ୍ଟକର ହେବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାଷୀ ଅଭିଯୋଗ ଅନୁସାରେ କୃଷି ଅଧିକାରୀ ଏନେଇ ଚାଷ ଜମି ପରିଦର୍ଶନ କରିନାହାନ୍ତି । ଚକଡା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଯଦି ଏବେ କୃଷି ବିଭାଗ ଘଟଣାକୁ ଗୁରୁତର ସହ ନେଲେ ଏହାର ନିରାକରଣ ସମ୍ଭବ । ଯଦି ବିଳମ୍ବ ହୁଏ ତେବେ ସ୍ଥିତି ସାଂଘାତିକ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/1-58.jpg)