କୁହନ୍ତି ସ୍ୱପ୍ନ ଯେତେ ବଡ ହୋଇଥାଏ ତାକୁ ପୁରଣ କରିବା ପାଇଁ ମଧ୍ୟ ସେତିକି ପରିଶ୍ରମ କରିବାକୁ ପଢିଥାଏ , ଏବଂ ପରିଶ୍ରମର ଫଳ ମଧ୍ୟ ସବୁବେଳେ ମିଠା ହୋଇଥାଏ । ମଧ୍ୟପ୍ରଦେଶ ବସଷ୍ଟାଣ୍ଡରେ ଚା’ ବିକ୍ରି କରୁଥିବା ସୁରେଶ୍ ଗଙ୍ଗୱାଲଙ୍କ ଝିଅ ଆଞ୍ଚଲ୍ ଗଙ୍ଗୱାଲଙ୍କ ସ୍ୱପ୍ନ ପିଲାଟିବେଳୁ ପାଇଲେଟ୍ ହେବାର ଥିଲା । ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଦିନରାତି କଠିନ ପରିଶ୍ରମ କରିବାକୁ ଲାଗିଲେ । ଶେଷରେ ଏୟାରଫୋର୍ସର ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ ରେ ତାଙ୍କର ଚୟନ ହେଲା । ଏହି ପଦବୀରେ ଭର୍ତ୍ତି ହେବା ପାଇଁ ୨୨ ଟି ପୋଷ୍ଟ ବାହାରିଥିଲା ଏବଂ ସାରା ଦେଶରୁ ଲକ୍ଷ ଲକ୍ଷ ପ୍ରାର୍ଥୀ ଏହି ପୋଷ୍ଟ୍ ପାଇଁ ଆବେଦନ କରିଥିଲେ । ଏହି ପୋଷ୍ଟ୍ ପାଇଁ ୫ ଜଣ ଝିଅଙ୍କୁ ମଧ୍ୟ ଚୟନ କରାଯାଇଥିଲା ଯେଉଁଥିରେ ମଧ୍ୟପ୍ରଦେଶରୁ ଚୟନ କରାଯାଇଥିବା ଝିଅ ମଧ୍ୟରେ ଆଞ୍ଚଲ ମଧ୍ୟ ଜଣେ ।
ପିଲାବେଳୁ ସେ ପାଇଲେଟ୍ ହେବାକୁ ଇଚ୍ଛା ରଖିଥିଲେ । କିନ୍ତୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ସମୟରେ ଉତ୍ତରାଖଣ୍ଡରେ ଭୟଙ୍କର ବାତ୍ୟା ଆସିଥିଲା ଏବଂ ସେହି ସମୟରେ ବାୟୁସେନା ତରଫରୁ କରାଯାଇଥିବା ରେସକ୍ୟୁକୁ ଦେଖି ସେ ଅଧିକ ପ୍ରଭାବିତ ହୋଇଥିଲେ ଏବଂ ନିଜକୁ ବାୟୁସେନାରେ ଦେଖିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଆସୁଥିଲେ । ବାପା ସୁରେଶ୍ ନିମଚ୍ ବସଷ୍ଟାଣ୍ଡରେ ଚା ବିକ୍ରି କରନ୍ତି । ସୁରେଶ୍ କୁହନ୍ତି ଯେ ଏହା ତାଙ୍କ ପାଇଁ ଗର୍ବର କଥା ଏବେ ମୋ ଦୋକାନକୁ ଲୋକ ମଧ୍ୟ ଚିହ୍ନିବାରେ ଲାଗିଛନ୍ତି । ଏଥିପାଇଁ ତାଙ୍କୁ ୫ ଥର ଫେଲ୍ ମିଳିବା ପରେ ଷଷ୍ଠଥର ପାଇଁ ସେ ପାସ୍ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/xx-2.jpg)
/kanak/media/post_attachments/wp-content/uploads/2019/03/Tea-Seller’s-Daughter-achieves-her-biggest-dream-as-she-makes-it-to-the-Indian-Air-Force-300x197.jpg)
/kanak/media/post_attachments/wp-content/uploads/2019/03/59b54e75f87ee9372fbaa367273aa475-300x159.jpg)