ପଶ୍ଚିମ ଓଡ଼ିଶାରେ କେମିତି ଅଛି କରୋନା ସ୍ଥିତି? ରାଉରକେଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ।

Advertisment
ପଶ୍ଚିମ ଓଡ଼ିଶାରେ କେମିତି ଅଛି କରୋନା ସ୍ଥିତି? ରାଉରକେଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ।

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ରାଉରକେଲା ଗସ୍ତ କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଉପଲବ୍ଧ କୋଭିଡ ଚିକିତ୍ସା ବ୍ୟବସ୍ଥା, ଆଇ ସି ୟୁ ବେଡ ଆଦି ବିଷୟରେ ପଚାରି ବୁଝିଥିଲେ। ଏହାସହ କୋଭିଡ କଲ ସେଣ୍ଟର ବୁଲିଥିଲେ ।

publive-imageଜିଲ୍ଲାରେ ଆସନ୍ତାକାଲି ସୁଦ୍ଧା ୯୦ଟି ଆଇ ସି ୟୁ ବେଡ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ଖୁବଶୀଘ୍ର ହାଇଟେକ କୋଭିଡ ହସପିଟାଲରେ ୧୨୦ଟି ଅକ୍ସିଜେନ ବେଡ ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଥିଲେ। ସମୀକ୍ଷା ବେଳେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଏସପି ମୁକେଶ ଭାମୋ ଓ ସିଡିଏମଓ ଏସ.କେ.ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe