କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରୀ ସ୍ଥିତ ମନ୍ମଥ-ମନୋଜ ସ୍ମାରକୀ ପୀଠ ପରିଦର୍ଶନ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହି ସ୍ମାରକୀ ପୀଠରେ ଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଏହି ଅବସରରେ ଆଗାମୀ ୨୦୨୯ରେ ହେବାକୁ ଥିବା ଦ୍ୱିତୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ଏହି ସ୍ମାରକୀ ପୀଠରେ କରିବା ପାଇଁ ବିଧାୟକ ଅନନ୍ତ ଦାସ ଫାଇଭ-ଟି ଅଧକ୍ଷଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Advertisment

ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କନ୍ୟାନଗରୀ ଗାଁର ଜଗଧାତ୍ରୀ ପଡ଼ିଆରେ ଥିବା ହେଲିପ୍ୟାଡ୍ ପଡ଼ିଆରେ ଅବତରଣ କରିବା ପରେ ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନେ ତାଙ୍କୁ ସ୍ୱାଗତ କରିବା ପରେ ଉକ୍ତ ସ୍ମାରକୀପୀଠକୁ ଏକ ବିଶାଳ ଶୋଭାଯାତ୍ରାରେ ଭିକେ ପାଣ୍ଡିଆନ ଯାଇଥିଲେ । ସେଠାରେ ମନ୍ମଥ ଦାସ ଓ ମନୋଜ ଦାସ ପୁରୁଣା ସ୍ମୃତି ଲାଇବ୍ରେରୀ ସହ ବିଭିନ୍ନ ସ୍ଥାନକୁ ପାଖାପାଖି ୨୦ ମିନିଟ ଧରି ବୁଲି ଦେଖିଥିଲେ । ବାଲେଶ୍ୱର ଜିଲ୍ଲାପାଳ, ଭୋଗରାଇ ବିଧାୟକ ଅନନ୍ତ ଦାସ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।