କନକ ବ୍ୟୁରୋ : ମହାକାଶକୁ ନେଇ ସାରା ବିଶ୍ୱରେ ପରୀକ୍ଷା ନିରିକ୍ଷା ଜାରୀ ରହିଛି । ସେଠାରେ ମଣିଷ କିଭଳି ଭାବେ ବସ୍ ବାସ କରିପାରିବ ସେନଇ ବିଶ୍ୱର ବିଭିନ୍ନ ମହାକାଶ ଗବେଷଣା କେନ୍ଦ୍ର ଅନୁସନ୍ଧାନ ଚଳାଇଛି । ସେଠାରେ ରହିବାକୁ କ’ଣ କ’ଣ ଆବଶ୍ୟକ ରହିଛି ତାହା ଉପରେ ତର୍ଜମା କରୁଛନ୍ତି ମହାକାଶ ବିଜ୍ଞାନୀ ମାନେ ।
ଏହି କ୍ରମରେ ନଭେମ୍ବର ୨୪ ତାରିଖରେ ଚାଙ୍ଗଇ-୫ ନାମକ ଏକ ମହାକାଶ ଯାନ ଚୀନ ତରଫରୁ ମହାକାଶକୁ ପଠାଯାଇଥିଲା । ଗତକାଲି (୧ ଡିସେମ୍ବର) ରାତି ୧୧ ଟା ବେଳେ ନିର୍ଦ୍ଧାରିତ ସ୍ଥାନରେ ଲ୍ୟାଣ୍ଡିଂ କରିଛି ଚାଙ୍ଗଇ । ୧୯୭୦ ମସିହା ପରେ ପ୍ରଥମଥର ପାଇଁ ଚାଙ୍ଗଇ-୫ ମହାକାଶରୁ ମାଟି ସଂଗ୍ରହ ପାଇଁ ପଠାଯାଇଛି । ସେଠାରେ ୨ କିଲୋ ମାଟି ସଂଗ୍ରହ କରିବାକୁ ଏହି ଯାନକୁ ୨ ଦିନ ସମୟ ଲାଗିବ ବୋଲି ମହାକାଶ ବିଜ୍ଞାନୀ ମାନେ ମତ ଦେଇଛନ୍ତି । ଚାଙ୍ଗଇ ମାଟି ସଂଗ୍ରହ କରିବା ପରେ ତାହାକୁ କ୍ୟାପସୁଲ୍ ସହାୟତାରେ ପୃଥିବୀ ପୃଷ୍ଟକୁ ଅଣାଯିବ।
ସୂଚନା ଥାଉକି ହେନାନ୍ ପ୍ରଦେଶର ୱେନଚାଙ୍ଗ୍ ମହାକାଶ ଗବେଷଣା କେନ୍ଦ୍ରରୁ ୮.୨ ଟନ୍ ଉଜନ ବିଶିଷ୍ଠ ଚାଙ୍ଗଇ-୫ ଯାନ ମାର୍ଚ୍ଚ ୫ କୁ ରକେଟ୍ ମାଧ୍ୟମରେ ନଭେମ୍ବର ୨୪ ତାରିଖ ଭୋର ୪.୩୦ ମିନିଟ୍ରେ ଉତକ୍ଷେପଣ କରାଯାଇଥିଲା । ଯାହାକି ଗତକାଲି ରାତି ୧୧ ଟା ବେଳେ ଜହ୍ନରେ ପହଂଚିଥିବା ସୂଚନା ମିଳିଛି । ଏହି ମହାକାଶ ଯାନରେ ଓରବିଟର, ଲ୍ୟାଣ୍ଡର, ଆସେଣ୍ଡର ଏବଂ ରିଟର୍ନରର ବ୍ୟବସ୍ଥା ରହିଛି ।
ଜହ୍ନ ଅଭିମୁଖେ ଯାତ୍ରା କରିଥିବା ଚୀନର ମହାକାଶ ଯାନ ଚାଙ୍ଗ୍ଇ-୫ ସଫଳତାର ସହ ଲ୍ୟାଣ୍ଡିଂ କରିଛି । ଜହ୍ନରୁ ମାଟି ସଂଗ୍ରହ କରିବା ଉର୍ଦ୍ଦେଶ୍ୟରେ ପଠାଇଛି ଚୀନ୍ ମହାକାଶ ଗବେଷଣା କେନ୍ଦ୍ର
/kanak/media/post_attachments/wp-content/uploads/2020/12/27-1.jpg)