କଟକରେ ଶିକୁଳିରେ ବନ୍ଧା ଶିଶୁର ଆଜି ହେବ ସ୍ୱାସ୍ଥ୍ୟ ପରୀକ୍ଷା : ଗୋଡ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲା ଚାଇଲ୍ଡଲାଇନ

31

କନକ ବ୍ୟୁରୋ : କଟକରେ ଶିକୁଳିରେ ବନ୍ଧା ଶିଶୁର ଆଜି ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଚାଇଲଡ ଲାଇନ୍ ଦ୍ୱାରା ଉଦ୍ଧାର ହୋଇଥିବା ଶିଶୁର ଆଜି ମେଡିକାଲ ଯାଂଚ କରାଯିବ । ଗତକାଲି କଟକରେ ଗୋଡ ହାତ ବାନ୍ଧି ରଖିଥିବା ଶିଶୁକୁ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ୍ । ବାପା ଛେଉଣ୍ଡ ଏହି ଶିଶୁଟିର ମାଆ କିଛିଦିନ ତଳେ ତାକୁ ଛାଡି ଚାଲିଯିବା ପରେ ସେ ନିଜ ଆଈ ଘରେ ରହୁଥିଲେ । ଆଉ ପରିବାରର ଅନ୍ୟ ସଂପର୍କୀୟମାନେ ତାକୁ ସେବେଠାରୁ ନିର୍ଯାତନା ଦେଇ ଆସୁଥିଲେ ।

ଶିଶୁର ଗୋଡକୁ ଚେନରେ ବାନ୍ଧି ରଖିବା ସହ ଖାଇବା ପିଇବାକୁ ନଦେଇ ମାନସିକ ନିର୍ଯାତନା ଦେଉଥିଲେ । ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଓ ଚାଇଲ୍ଡ ହେଲ୍ପ ଲାଇନର ସଦସ୍ୟ ପହଂଚି ଶିଶକୁ ଉଦ୍ଧାର କରିବା ସହ ବସୁନ୍ଧରାରେ ରଖିଛନ୍ତି । ଆଜି ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସଂପତ୍ତି ଲୋଭରେ ଶିଶୁଟିକୁ ସଂପର୍କୀୟମାନେ ଏଭଳି ନିର୍ଯାତନା ଦେଉଥିବା ଜାଣିବାକୁ ମିଳିଛି । ପୋଲିସ ଏହି ମାମଲାରେ ଛାନଭିନ ଆରମ୍ଭ କରିଥିବାବେଳେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।