ଯାଜପୁର ଟ୍ରେନ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ । ଟ୍ରାକରେ ରହୁଥିବା ବଗି ପାଇଁ କରାଗଲା ଚେନ୍ ଲକିଂ ବ୍ୟବସ୍ଥା ।

ଯାଜପୁର ଟ୍ରେନ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ । ଟ୍ରାକରେ ରହୁଥିବା ବଗି ପାଇଁ କରାଗଲା ଚେନ୍ ଲକିଂ ବ୍ୟବସ୍ଥା ।

କନକ ବ୍ୟୁରୋ : ଯାଜପୁର ଟ୍ରେନ୍ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ । ଟ୍ରାକରେ ରହୁଥିବା ବଗି ପାଇଁ କରାଗଲା ଚେନ୍ ଲକିଂ ବ୍ୟବସ୍ଥା । ଏହା ସହ ପଥର ଲଗାଇ ଟ୍ରେନ୍ ଲକ୍ କରି ରଖାଯାଇଛି । ପୂର୍ବରୁ ଏପରି ବ୍ୟବସ୍ଥା ନଥିବା ବେଳେ ଗତକାଲି ଦୁର୍ଘଟଣା ପରେ ଏପରି ଲକିଂ ବ୍ୟବସ୍ଥା କରିଛି ରେଳ ବିଭାଗ ।

ଯାଜପୁର ରୋଡ ଷ୍ଟେସନ ନିକଟରେ ୱାଗନରେ କଟି ଯାଇଥିଲା ୬ ଜଣଙ୍କ ଜୀବନ । ବର୍ଷା ପବନ ହେବା ବେଳେ ଟ୍ରାକରେ ଥିବା ୱାଗନ୍ ତଳେ ସାହାରା ନେଇଥିଲେ ସାତ ଜଣ ଶ୍ରମିକ । ହେଲେ ହଠାତ୍ ୱାଗନଟି ଗଡିଯିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନ ହେଲା ଏହି ୱାଗନଗୁଡିକ ଯାଜପୁର ରୋଡ ଷ୍ଟେସନରେ ସେଫ୍ଟି ଲାଇନରେ ଅଟକି ରହିଥିଲା । ଏଥିରେ ଇଂଜିନ ନଥିଲା । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ରେଳବାଇ । ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe