କନକ ବ୍ୟୁରୋ : ଯାଜପୁର ଟ୍ରେନ୍ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ । ଟ୍ରାକରେ ରହୁଥିବା ବଗି ପାଇଁ କରାଗଲା ଚେନ୍ ଲକିଂ ବ୍ୟବସ୍ଥା । ଏହା ସହ ପଥର ଲଗାଇ ଟ୍ରେନ୍ ଲକ୍ କରି ରଖାଯାଇଛି । ପୂର୍ବରୁ ଏପରି ବ୍ୟବସ୍ଥା ନଥିବା ବେଳେ ଗତକାଲି ଦୁର୍ଘଟଣା ପରେ ଏପରି ଲକିଂ ବ୍ୟବସ୍ଥା କରିଛି ରେଳ ବିଭାଗ ।
ଯାଜପୁର ରୋଡ ଷ୍ଟେସନ ନିକଟରେ ୱାଗନରେ କଟି ଯାଇଥିଲା ୬ ଜଣଙ୍କ ଜୀବନ । ବର୍ଷା ପବନ ହେବା ବେଳେ ଟ୍ରାକରେ ଥିବା ୱାଗନ୍ ତଳେ ସାହାରା ନେଇଥିଲେ ସାତ ଜଣ ଶ୍ରମିକ । ହେଲେ ହଠାତ୍ ୱାଗନଟି ଗଡିଯିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନ ହେଲା ଏହି ୱାଗନଗୁଡିକ ଯାଜପୁର ରୋଡ ଷ୍ଟେସନରେ ସେଫ୍ଟି ଲାଇନରେ ଅଟକି ରହିଥିଲା । ଏଥିରେ ଇଂଜିନ ନଥିଲା । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ରେଳବାଇ । ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Screen-Shot-2023-06-08-at-8.27.04-AM.jpg)