ଡମ୍ବଲ ଉଠାଇ ୱାର୍କଆଉଟ୍ କରୁଥିବାର ନଜର ଆସିଲେ ଚହଲ । ଟ୍ରୋଲ୍ କଲେ ଇଂଲଣ୍ଡର କ୍ରିକେଟ୍ ଖେଳାଳୀ । 

208

କନକ ବ୍ୟୁରୋ : ମଜାଳିଆ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଟିମ୍ ଇଣ୍ଡିଆର ଯୁବ ଖେଳାଳୀ ୟୁଜବେନ୍ଦ୍ର ଚହଲ । ଏବେ ଜିମରେ ୱାର୍କଆଉଟ୍ କରୁଥିବାର ଏକ ଭିଡିଓ, ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ଚହଲ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି, ଚହଲ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ହାତରେ ଡମ୍ବଲ ଧରି ୱାର୍କଆଉଟ୍ କରୁଛନ୍ତି ।

 

View this post on Instagram

 

A post shared by Yuzvendra Chahal (@yuzi_chahal23)

ଚହଲଙ୍କ ଏହି ଭିଡିଓରେ ଅନେକ ମଜାଳିଆ କମେଣ୍ଟ ଦେଖିବାକୁ ମିଳିଥିବା ବେଳେ ଇଂଲଣ୍ଡର ପୂର୍ବତନ କ୍ରିକେଟର ସାଜିଦ ମହମୁଦ ମଧ୍ୟ କମେଣ୍ଟ କରିଛନ୍ତି । ଚହଲଙ୍କ ଭିଡିଓରେ ସେ କମେଣ୍ଟ କରି ଲେଖିଛନ୍ତି, ‘ବହୁତ ଜଲଦି ସଲମାନ ଖାନଙ୍କ ଭଳି ଦେଖାଯିବ ଭାଇ’ । ଚହଲଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ବେଳେ ଅନେକ ମଜାଳିଆ କମେଣ୍ଟ ଦେଖିବାକୁ ମିଳିଛି ।