ଆଉ ନିସ୍ତାର ମିଳିବନି । ବାକି ଥିଲେ ଜାନୁଆରୀ ୧୬ରୁ ବିଦ୍ୟୁତ କଟିବ ନିଶ୍ଚିତ, ୧୧ ହଜାର ୩୯୭ ଗାଁରେ କଟିବ ବିଜୁଳି । ଜାଣନ୍ତୁ ବିଜୁଳି କାଟରୁ କେମିତି ପାଇବେ ରକ୍ଷା, ବିଦ୍ୟୁତ ଉପଭୋକ୍ତାଙ୍କୁ ସେସୁ ସିଇଓଙ୍କ ଶେଷ ସୁଯୋଗ ।

1,479

କନକ ବ୍ୟୁରୋ : ଆଉ ନିସ୍ତାର ନାହିଁ । ବକେୟା ବିଲ୍ ଦେଇନଥିଲେ ବିଦ୍ୟୁତ କଟିବ । ଆସନ୍ତା ଜାନୁଆରୀ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ କାଟିବା ନେଇ ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଏଥିପାଇଁ ୪୧୩ଟି ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଛି । ବକେୟା ବିଦ୍ୟୁତ ବିଲ୍ ପୈଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ କାଟିବା ନେଇ ଏସଏମଏସ ଓ ଇମେଲ ଯୋଗେ ସୂଚନା ଦିଆଯାଇଛି । ମୋଟ ୧୧୩୯୭ ଗାଁରେ ବିଦ୍ୟୁତ କାଟିବା ନେଇ ସୂଚନା ଦେଇଛନ୍ତି ସେସୁ ସିଇଓ ।

ପ୍ରାୟ ୭ ଲକ୍ଷ ବକେୟା ବିଦ୍ୟୁତ ବିଲ୍ ଉପଭୋକ୍ତାଙ୍କୁ ସେସୁ ପକ୍ଷରୁ ନୋଟିସ ଓ ଏସଏମଏସ ଯୋଗେ ବିଲ୍ ପେମେଣ୍ଟ କରିବାକୁ ସୂଚନା ଦିଆଯାଇଥିଲା । ଆଉ ଏହି ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୧୦ ହଜାର ଉପଭୋକ୍ତା ବକେୟା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି ।ପ୍ରାୟ ୭ ଲକ୍ଷ ବକେୟା ବିଦ୍ୟୁତ ବିଲ୍ ଉପଭୋକ୍ତାଙ୍କୁ ସେସୁ ପକ୍ଷରୁ ନୋଟିସ ଓ ଏସଏମଏସ ଯୋଗେ ବିଲ୍ ପେମେଣ୍ଟ କରିବାକୁ ସୂଚନା ଦିଆଯାଇଥିଲା । ଆଉ ଏହି ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୧୦ ହଜାର ଉପଭୋକ୍ତା ବକେୟା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି । ଏହି ବାବଦରେ ସେସୁ ପ୍ରାୟ ୨୧ କୋଟି ଟଙ୍କା ଆଦାୟ କରିଛୁ । ସେହିଭଳି ପ୍ରାୟ ସମସ୍ତ ଶିଳ୍ପାନୁଷ୍ଠାନ ବକେୟା ବିଦ୍ୟୁତ ବିଲ୍ ପୈଠ କରିଛନ୍ତି । ମୋକଦ୍ଦମା ଚାଲିଥିବା ମାତ୍ର ୫ଟି ଶିଳ୍ପାନୁଷ୍ଠାନ ଏଯାଏଁ ଟଙ୍କା ପୈଠ କରିନାହାନ୍ତି । ସେହିଭଳି ୫୯୬୫ ସରକାରୀ ଅନୁଷ୍ଠାନକୁ ମଧ୍ୟ ନୋଟିସ ଜାରି କରାଯାଇଛି । ଯେଉଁ ଅନୁଷ୍ଠାନ ଗୁଡିକ ବିଦ୍ୟୁତ ବିଲ୍ ବକେୟା ରଖିଛନ୍ତି । ସରକାରୀ ଅନୁଷ୍ଠାନ ଗୁଡିକରେ ଥିବା ବକେୟା ବିଦ୍ୟୁତ୍ ବିଲ୍ ୩୧ ମାର୍ଚ୍ଚ ସୁଦ୍ଧା ପୈଠ କରିବାକୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏପ୍ରିଲ ମାସରୁ ସମସ୍ତ ସରକାରୀ ଅନୁଷ୍ଠାନ ଗୁଡିକ ମାସିକିଆ ବିଦ୍ୟୁତ ବିଲ ଦେବେ ବୋଲି ସରକାର ନିଷ୍ପତି ନେଇଛନ୍ତି ।

ଏହାଛଡା ଯେଉଁ ଉପଭୋକ୍ତାଙ୍କର ୨୫ ହଜାର ଟଙ୍କାରୁ କମ ବକେୟା ବିଦ୍ୟୁତ ବିଲ୍ ରହିଛି ସେମାନେ ୩୦ ପ୍ରତିଶତ ଟଙ୍କା ପୈଠ କଲେ ସେମାନଙ୍କୁ ୪ଟି କିସ୍ତିରେ ଟଙ୍କା ସୁଝିବାକୁ ସୁଯୋଗ ଦିଆଯିବ । ସେହିଭଳି ଯେଉଁ ଉପଭୋକ୍ତାଙ୍କର ୫୦ ହଜାର ଟଙ୍କାରୁ କମ ବିଲ୍ ବକେୟା ରହିଛି ସେମାନେ ୩୦ ପ୍ରତିଶତ ବିଲ ଦେଇ ୬ଟି କିସ୍ତିରେ ଟଙ୍କା ସୁଝିବାର ସୁଯୋଗ ପାଇପାରିବେ । ଉପଭୋକ୍ତାଙ୍କୁ ଏ ବାବଦରେ ସୂଚନା ଦେବା ପାଇଁ ୫ ଲକ୍ଷ ଲିଫଲେଟ ବଣ୍ଟା ଯାଇଥିବା ବେଳେ ୩ ଥର ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ କରାଯାଇଛି । ତେବେ ଜାନୁଆରୀ ୧୫ ଭିତରେ ବକେୟା ବିଦ୍ୟୁତ ବିଲ୍ ପୈଠ କରି ବିଦ୍ୟୁତ କାଟରୁ ରକ୍ଷା ପାଇପାରିବେ ଉପଭୋକ୍ତା ।