କନକ ବ୍ୟୁରୋ: ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦକୁ ଆଖି ଆଗରେ ରଖି ସେସୁ ସମସ୍ତ ଦେୟ ଆଦାୟ କାଉଣ୍ଟର ବନ୍ଦ ରଖିଛି। ଗ୍ରାହକମାନେ ଏହି ସମୟରେ ଅନଲାଇନ୍ ଜରିଆରେ ଦେୟ ଦେଇ ପାରିବେ। ତେବେ ସେସୁ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ଅଫିସ୍ ଖୋଲା ରହିବ। କିନ୍ତୁ ଯଥା ସମ୍ଭବ କମ୍ କର୍ମଚାରୀରେ କାମ କରିବା ପାଇଁ ସମସ୍ତ ସୁପରିନଟେଣ୍ଡେଣ୍ଟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେସୁ ଘୋଷଣା କରିଛି।
ଅସୁବିଧା ହେଲେ ୧୯୨୯ରେ ଫୋନ କର
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୨ରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ ଘୋଷଣା କରିଛନ୍ତି। କିନ୍ତୁ ଜରୁରୀକାଳୀନ ସେବା ଉପଲବ୍ଧ ହେଉଛି। ଯଦି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ କୌଣସି ଲୋକଙ୍କର କିଛି ଅସୁବିଧା ହେଉଥିବ ତେବେ ସେମାନେ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ। ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/SESU.jpg)