ବିଜୁଳି ବିଲ୍ ବାକିଥିବା ଦର୍ଶାଇ ଜଳ ଯୋଗାଣ ପ୍ରକଳ୍ପରୁ ସଂଯୋଗ କାଟିଥିଲା ସେସୁ । ପାଣି ପାଇଁ ପଡ଼ିଲା ହାହାକାର, ଖବର ବାଜିବା ପରେ ଶୁଣିଲା ସେସୁ । 

319

କନକ ନ୍ୟୁଜ ପ୍ରଭାବ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ କେନ୍ଦ୍ରାପଡା ଛଅଘରିଆ ଗାଁକୁ ଆସିଲା ପାଣି । ବକେୟା ବିଦ୍ୟୁତ ବିଲ ଦେଇନଥିବାରୁ ସେସୁ ଗାଁରେ ଲାଇନ କାଟିଦେଇଥିଲା । ଫଳରେ ୨ ଦିନ ହେଲା ଗାଁକୁ ଆସୁନଥିଲା ପାଣି  । ଛଘରିଆ ଗାଁରେ ବିଜୁଳି ବିଲ୍ ବାକି ଥିବା ଦର୍ଶାଇ ସେସୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ବିଜୁଳି ସଂଯୋଗ କାଟିଦେଇଥିଲା । ଫଳରେ ଗାଁରେ ରହୁଥିବା ୨୦୦ରୁ ଅଧିକ ପରିବାରକୁ ପାଣି ମିଳିନଥିଲା । ଏହାକୁ ନେଇ କନକ ନ୍ୟୁଜ ଖବର ପ୍ରସାରଣ କରିବାରୁ ଏବେ ‘ସେସୁ’ ଶୁଣିଛି ।

ଖରା ଦିନ ଆରମ୍ଭ ହେବା ଆଗରୁ ସେସୁର ବିଜୁଳି ଛାଟ କେନ୍ଦ୍ରାପଡା ଛଘରିଆ ଅଂଚଳରେ ଜଳ ସମସ୍ୟା ସୃଷ୍ଟି କରିଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସବୁଠାରୁ ବଡ଼କଥା ହେଲା, ସରକାରୀ ପ୍ରକଳ୍ପ ଉପରେ ବକେୟାଥିବା ବିଦ୍ୟୁତ୍ ବିଲ୍ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପୈଠ କରିଦେବେ ସରକାର ବୋଲି ସେସୁକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବିଜୁଳି ବିଲ୍ ବାକି ଥିବା ଭଳି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ବିଜୁଳି କାଟ୍ କରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ପାଣି ପାଇଁ ଡହଳବିକଳ ହେବାପରେ ଶେଷରେ ଛଘରିଆ ଅଂଚଳର ୫ ଶହରୁ ଅଧିକ ଲୋକ ଶୋଷ ମେଣ୍ଟାଇଛି ସେସୁ ।