ବକେୟା ବିଦ୍ୟୁତ ଉପଭୋକ୍ତାଙ୍କ ବିଜୁଳି କାଟିଲା ସେସୁ । ପ୍ରଥମ ଦିନରେ କଟାଗଲା ୮ଶହ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ । ଆଦାୟ ହେଲାଣି ୩ କୋଟି

ଖୋର୍ଦ୍ଧା ପରେ କଟକ ଓ କେନ୍ଦ୍ରାପଡାରେ ବକେୟା ବିଲ ପୈଠ କରିନଥିବା ବ୍ୟବସାୟିକ ପ୍ରତିଷ୍ଠାନରୁ ପ୍ରଥମେ ଲାଇନ କାଟିଲା ସେସୁ

367

କନକ ବ୍ୟୁରୋ: ବକେୟା ବିଦ୍ୟୁତ ଉପଭୋକ୍ତାଙ୍କ ବିଜୁଳି କାଟିଛି ସେସୁ । ଆଜି ବିଭିନ୍ନ ଜିଲ୍ଳାରେ ବିଜୁଳି କାଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୮୦୦ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ବକେୟା ବିଲ ଅର୍ଥ ବାବଦରେ ଆଜି ୩ କୋଟି ଆଦାୟ ହୋଇଛି । ବିଳମ୍ବିତ ସନ୍ଧ୍ୟା ଯାଏ ବିଜୁଳି ବକେୟା ଦେୟ ଦେବା ପାଇଁ କାଉଁଟର ଖୋଲାରହିବ ବୋଲି କହିଛନ୍ତି ସେସୁ ପକ୍ଷରୁ କୁହାଯାଇଛି । ଖୋର୍ଦ୍ଧ ପରେ କଟକ ଓ କେନ୍ଦ୍ରାପଡାରେ ବିଦ୍ୟୁତ ବିଲ ପଇଠ କରିନଥିବା ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ କାଟିଛି ସେସୁ ।

ଖୋର୍ଦ୍ଧା ଗୁରୁଜଙ୍ଗରେ ବିଦ୍ୟୁତ କାଟକୁ ନେଇ ଉତେଜନା ଦେଖାଦେଇଛି । ଲାଇନ କାଟିବା ପାଇଁଁ ଯାଇଥିବା ଅଧିକାରୀଙ୍କ ଗାଡି ଅଟକାଇଛନ୍ତି ଗାଁଲୋକେ । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି । ଖୋର୍ଦ୍ଧା ସବଡିଭିଜନରେ ୯ଟି ସ୍କ୍ୱାର୍ଡ ସାମିଲ ହୋଇଛନ୍ତି । ୫ ହଜାର ୧୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଅଧିକ ଟଙ୍କା ବିଦ୍ୟୁତ ବିଲ ବାକି ରହିଛି ।

ସେହିଭଳି ପୁରୀ ଜିଲ୍ଲା ନମାପଡ଼ା ବିଦ୍ୟୁତ ବିଭାଗ ପକ୍ଷରୁ ବକେୟା ବିଦ୍ୟୁତ ବିଲ ଆଦାୟ ଏବଂ ବିଦ୍ୟୁତ କାଟ ଅଭିଯାନ ଜାରି ରହିଛି । ଦିନ ୧୦ଟାରୁ ବିଦ୍ୟୁତ କର୍ମଚାରୀମାନେ ନିମାପଡ଼ା ସ୍ଥିତ ଡେଲ୍ଟା ଛକରେ ପହଂଚି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଇ ବିଦ୍ୟୁତ ବକେୟା ଦେୟ ଆଦାୟ କରୁଛନ୍ତି । ଯେଉଁ ବାଣିଜ୍ୟକ ସଂସ୍ଥା ବା ବ୍ୟବସାୟୀ ବିଲ୍ ବକେୟା ରଖିଛନ୍ତି ଏବଂ ନୋଟିସ୍ ସତ୍ୱେ ଦେୟ ପଇଠ କରୁ ନାହାଁନ୍ତି ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ଆଜିଠାରୁ ବିଛିନ୍ନ କରିବାକୁ କହିଥିଲା ସେସୁ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଧନୀକ ଶ୍ରେଣୀର ଉପଭୋକ୍ତାଙ୍କ, ଯେଉଁମାନେ କି ବହୁତ ଅଧିକ ଟଙ୍କା ବକେୟା ରଖିଛନ୍ତି, ସେମାନଙ୍କ ଘରେ ପହଁଚିବ ଟିମ୍ ।