ଆକ୍ସନ ମୋଡରେ ସେସୁ: ଯାହାର ବକେୟା ରହିଛି ତାହାର ବିଜୁଳି କାଟୁଛି... ୪ର୍ଥ ଦିନରେ କଟିବେ ୧୧୫୨ଙ୍କ ବିଦ୍ୟୁତ୍ ସଂଯୋଗ

ଆକ୍ସନ ମୋଡରେ ସେସୁ: ଯାହାର ବକେୟା ରହିଛି ତାହାର ବିଜୁଳି କାଟୁଛି... ୪ର୍ଥ ଦିନରେ କଟିବେ ୧୧୫୨ଙ୍କ ବିଦ୍ୟୁତ୍ ସଂଯୋଗ

କନକ ବ୍ୟୁରୋ: ବକେୟା ବିଜୁଳି ବିଲ ଦେଇ ନଥିବା ଉପଭୋକ୍ତାଙ୍କ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ବିଜୁଳି କାଟ୍ ଅଭିଯାନରେ ଆଜି ପଡିଛି ୧୧ ଶହ ୫୨ ଜଣଙ୍କ ପାଳି । ସେସୁ ଅଧିନରେ ଆସୁଥିବା ୯ଟି ଜିଲ୍ଲାରୁ ଆଜି ୧୧୫୨ ଜଣଙ୍କ ବିଜୁଳି କାଟ୍ କରାଯାଇଛି ।

ତେବେ ଲଗାତାର ତିନି ଦିନ ହେବ ସେସୁ ବକେୟା ବିଲ ପାଇଁ ବିଜୁଳି କାଟୁଥିବା ବେଳେ ଆଜି ୪ର୍ଥ ଦିନରେ ବକେୟା ଥିବା ୩ କୋଟି ୬୨ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଛି ସେସୁ ।

ଢ଼େଙ୍କାନାଳ ଡିଭିଜନରେ ସର୍ବାଧିକ ୧୨୧ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ପ୍ରଥମ ଦିନରେ ସେସୁ ୫ କୋଟି ୩୮ ଲକ୍ଷ ବକେୟା ରାଶି ଆଦାୟ କରିଥିବା ବେଳେ ୨ୟ ଦିନରେ ୧୦ କୋଟି ୫ ଲକ୍ଷ ଏବଂ ତୃତୀୟ ଦିନରେ ୧୪ କୋଟି ୯୧ ଲକ୍ଷ ଟଙ୍କାର ବକେୟା ଅର୍ଥ ଆଦାୟ କରାଯାଇଥିଲା । ପ୍ରଥମ ଦିନରେ ୧୫ ଶହ ୪୫, ୨ୟ ଦିନରେ ୧୯ ଶହ ୫୬ ଏବଂ ତୃତୀୟ ଦିନରେ ୧୬ଶହ ୨୨ ଜଣଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲା ସେସୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe