କନକ ବ୍ୟୁରୋ: ବକେୟା ବିଜୁଳି ବିଲ ଦେଇ ନଥିବା ଉପଭୋକ୍ତାଙ୍କ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ବିଜୁଳି କାଟ୍ ଅଭିଯାନରେ ଆଜି ପଡିଛି ୧୧ ଶହ ୫୨ ଜଣଙ୍କ ପାଳି । ସେସୁ ଅଧିନରେ ଆସୁଥିବା ୯ଟି ଜିଲ୍ଲାରୁ ଆଜି ୧୧୫୨ ଜଣଙ୍କ ବିଜୁଳି କାଟ୍ କରାଯାଇଛି ।
ତେବେ ଲଗାତାର ତିନି ଦିନ ହେବ ସେସୁ ବକେୟା ବିଲ ପାଇଁ ବିଜୁଳି କାଟୁଥିବା ବେଳେ ଆଜି ୪ର୍ଥ ଦିନରେ ବକେୟା ଥିବା ୩ କୋଟି ୬୨ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଛି ସେସୁ ।
ଢ଼େଙ୍କାନାଳ ଡିଭିଜନରେ ସର୍ବାଧିକ ୧୨୧ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ପ୍ରଥମ ଦିନରେ ସେସୁ ୫ କୋଟି ୩୮ ଲକ୍ଷ ବକେୟା ରାଶି ଆଦାୟ କରିଥିବା ବେଳେ ୨ୟ ଦିନରେ ୧୦ କୋଟି ୫ ଲକ୍ଷ ଏବଂ ତୃତୀୟ ଦିନରେ ୧୪ କୋଟି ୯୧ ଲକ୍ଷ ଟଙ୍କାର ବକେୟା ଅର୍ଥ ଆଦାୟ କରାଯାଇଥିଲା । ପ୍ରଥମ ଦିନରେ ୧୫ ଶହ ୪୫, ୨ୟ ଦିନରେ ୧୯ ଶହ ୫୬ ଏବଂ ତୃତୀୟ ଦିନରେ ୧୬ଶହ ୨୨ ଜଣଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲା ସେସୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/cesuu-1.jpg)