ସକାଳୁ ଏପର୍ଯ୍ୟନ୍ତ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ପୈଠ କଲେଣି ଉପଭୋକ୍ତା, ସହଯୋଗ ପାଇଁ ଉପଭୋକ୍ତାଙ୍କୁ ସେସୁର ଧନ୍ୟବାଦ

Advertisment
ସକାଳୁ ଏପର୍ଯ୍ୟନ୍ତ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ପୈଠ କଲେଣି ଉପଭୋକ୍ତା, ସହଯୋଗ ପାଇଁ ଉପଭୋକ୍ତାଙ୍କୁ ସେସୁର ଧନ୍ୟବାଦ

କନକ ବ୍ୟୁରୋ: ସଚେତନ ହେଲେ ଉପଭୋକ୍ତା । ଭରୁଛନ୍ତି ବକେୟା ବିଦ୍ୟୁତ ବିଲ୍ । ସକାଳୁ ଏପର୍ଯ୍ୟନ୍ତ ବକେୟା ବିଲ୍ ବାବଦକୁ ସେସୁ ଆଦାୟ କଲାଣି ୩ କୋଟି ଟଙ୍କା । ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ସୁଦ୍ଧା ୮ଶହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସେସୁ କହିଛି । ସେେଟେ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ସେସେୁ ଆଦାୟ କେନ୍ଦ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେସୁ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବିଦ୍ୟୁତ୍ କାଟ୍ କିମ୍ବା ବକେୟା ଟଙ୍କା ଆଦାୟ ବେଳେ କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଏଭଳି ସହଯୋଗ ଓ ସମର୍ଥନ ପାଇଁ ସେସୁ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଓ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଜଣାଇଛି । ତେବେ ସକାଳୁ ପ୍ରଥମେ ଖୋର୍ଦ୍ଧାରୁ ବିଦ୍ୟୁତ କାଟ୍ ଆରମ୍ଭ କରିଥିଲା ସେସୁ । ବକେୟା ବିଦ୍ୟୁତ ଉପଭୋକ୍ତାଙ୍କ ବିଜୁଳି କାଟିଥିଲା ସେସୁ । ପ୍ରଥମେ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ କାଟ୍ କରିଥିଲା ସେସୁ ।  ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି । ଖୋର୍ଦ୍ଧା ସବଡିଭିଜନରେ ୯ଟି ସ୍କ୍ୱାର୍ଡ ସାମିଲ ହୋଇଛନ୍ତି । ୫ ହଜାର ୧୦୦ ଗ୍ରାହକଙ୍କ ଉପରେ ୮୦େ କୋଟିରୁ ଅଧିକ ଟଙ୍କା ବିଦ୍ୟୁତ ବିଲ ବାକି ରହିଛି ।ଯେଉଁ ବାଣିଜ୍ୟକ ସଂସ୍ଥା ବା ବ୍ୟବସାୟି ବିଲ୍ ବକେୟା ରଖିଛନ୍ତି ଏବଂ ନୋଟିସ୍ ସତ୍ୱେ ଦେୟ ପଇଠ କରୁ ନାହାଁନ୍ତି ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ଆଜିଠାରୁ ବିଛିନ୍ନ କରିବାକୁ କହିଥିଲା ସେସୁ ।

ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଧନୀକ ଶ୍ରେଣୀର ଉପଭୋକ୍ତାଙ୍କ, ଯେଉଁମାନେ କି ବହୁତ ଅଧିକ ଟଙ୍କା ବକେୟା ରଖିଛନ୍ତି, ସେମାନଙ୍କ ଘରେ ପହଁଚିବ ଟିମ୍ । ଯେଉଁମାନଙ୍କ ଘରେ ଫ୍ରିଜ୍, ଚାରିଚକିଆ ଯାନ ଓ ବହୁତଳ ବିଶିଷ୍ଟ କୋଠାରେ ରହୁଥିବେ , ଆୟକର ଦେଉଥିବେ, ସେଭଳି ଉପଭୋକ୍ତାଙ୍କୁ ବି ଏହି ପର୍ଯ୍ୟାୟରେ ସାମିଲ କରାଯିବ ।  ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କ ଘରେ ସେସୁ ପହଁଚିବ । ଯେଉଁମାନେ ବର୍ଷ ବର୍ଷ ଧରି ଦେୟ ପୈଠ କରୁ ନାହାଁନ୍ତି । ଏହି ପର୍ଯ୍ୟାୟରେ ଅନ୍ୟ ସାଧାରଣ ଉପଭୋକ୍ତା ବି ସାମିଲ ହେବେ । ବକେୟା ବିଲ୍ ପଇଠ ନକଲେ ଆଜିଠାରୁ ସାଧାରଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଛିନ୍ନ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ସେସୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe