କନକ ବ୍ୟୁରୋ: ବଜାରକୁ ଆସିଲା ସର୍ଭାଇକାଲ କ୍ୟାନ୍ସର ଭ୍ୟାକ୍ସିନ୍ । ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ସର୍ଭାଇକାଲ କ୍ୟାନ୍ସର ଅଧିକ ଦେଖାଯାଉଥିବାରୁ ତାହା କିପରି ରୋକାଯାଇପାରିବ ସେନେଇ ଆଲମଦାବ କେୟାର ଫାଉଡେସନ ପକ୍ଷରୁୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ସର୍ଭାଇକାଲ କ୍ୟାନ୍ସର ଭ୍ୟାକ୍ସିନ୍ ଡ୍ରାଇଭ । ଭ୍ୟାକ୍ସିନେସନ ଡ୍ରାଇଭରେ ୮୫ ଜଣଙ୍କୁ ଭ୍ୟାକ୍ସନ୍ ଦିଆଯାଇଛି ।ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ମାଗଣାରେ ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି ।

Advertisment

ଭ୍ୟାକ୍ସିନର ମୂଲ୍ୟ ୨ ହଜାର ଟଙ୍କା ରହିଥିବା ବେଳେ ଲୋକଙ୍କୁ ୧୪ ଶହ ଟଙ୍କାରେ ଭ୍ୟାକ୍ସିନ୍ ଯୋଗାଇ ଦିଆଯାଇଛି । ଏହି ଭ୍ୟାକ୍ସିନର ବୟସ ସୀମା ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ୯ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦୁଇଟି ଲେଖାଏଁ ପ୍ରଦାନ କରାଯାଉଥିବା ବେଳେ ୧୪ରୁ ୨୬ ବର୍ଷ ବ୍ୟକ୍ତି ବିଶେଷଙ୍କୁ ତିନିଟି ଲେଖାଏଁ ଡୋଜ ଦିଆଯାଇଛି ।