କନକ ବ୍ୟୁରୋ: ବଜାରକୁ ଆସିଲା ସର୍ଭାଇକାଲ କ୍ୟାନ୍ସର ଭ୍ୟାକସିନ । ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ସର୍ଭାଇକାଲ କ୍ୟାନସର ଅଧିକ ପରିମାଣରେ ଦେଖାଯାଉଛି । ତାହାକୁ କିଭଳି ରୋକାଯାଇପାରିବ ସେ ନେଇ ଆଲମଦାଦ କେୟାର ଫାଉଣ୍ଡେସନ ତରଫରୁ କଟକରେ ପ୍ରଥମକରି ଆରମ୍ଭ ହେଲା ସର୍ଭାଇକାଲ କ୍ୟାନ୍ସର ଟୀକାକରଣ ଡ୍ରାଇଭ୍ । ଏହି ଭ୍ୟାକ୍ସିନେସନ ଡ୍ରାଇଭରେ ୮୫ ଜଣଙ୍କୁ ଟୀକା ଦିଆଯାଉଛି । ଏମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ମାଗଣା ଟୀକା ଯୋଗାଇ ଦିଆଯାଉଛି । ଅନ୍ୟମାନଙ୍କୁ ୧୪ଶହ ଟଙ୍କାରେ ଏହି ଡୋଜ୍ ଦିଆଯାଉଛି । ତେବେ ବଜାରରେ ଏହାର ମୂଲ୍ୟ ୨ ହଜାର ଟଙ୍କା ରହିଛି । ଏହି ଭ୍ୟାକ୍ସିନର ବୟସସୀମାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ୯ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ୨ଟି ଡୋଜ୍ ଦିଆଯାଉଥିବା ବେଳେ ୧୪ ବର୍ଷରୁ ୨୬ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷଙ୍କୁ ୩ଟି ଲେଖାଏଁ ଡୋଜ୍ ଦିଆଯାଉଛି । ଆଲମଦାଦ କେୟାର ଫାଉଣ୍ଡେସନର ଏହି ପ୍ରୟାସ ଦ୍ୱାରା ବହୁ ଜନସାଧାରଣ ସଚେତନ ହେବା ସହ ଉପକୃତ ହେବେ ।