କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍ । ମୁଖ୍ୟନିର୍ବାଚନ ଅଧିକାରୀ କହିଛନ୍ତି, ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଚଳିତ ଉପନିର୍ବାଚନ ପାଇଁ ୩୩୦ ଭୋଟର ଘରୁ ଭୋଟ ପାଇଁ ଆବେଦନ କରିଥିଲେ । ୩୨୧ ଜଣ ବର୍ତ୍ତମାନ ମତଦାନ କରିସାରିଛନ୍ତି ।
ଉପନିର୍ବାଚନ ପାଇଁ ୨୫୩ ବୁଥରେ ମତଦାନ ଅନୁଷ୍ଠିତ ହେବ । ୨୬ଟି ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପାଇଁ ୧୦୧୨ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ ୯୬ ପୋଲିଂ ଅଧିକାରୀ ରିଜର୍ଭ ରହିଛନ୍ତି । ଭୋଟର ୧୨ଟି ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Collage-Maker-08-May-2023-05-26-PM-4539.jpg)