ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା । ଓଡ଼ିଶାରେ ସବୁଠାରୁ ଆଗରେ ବିଜେଡି, ସିଇଓ କହିଲେ ଏବେସୁଦ୍ଧା ୧୧୫ଟି ବିଧାନସଭା ଆସନରେ ଆଗରେ ରହିଛି ବିଜେଡି ।

Advertisment
ବଦଳିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ! ବିଜେପୁର ଉପ ନିର୍ବାଚନ ପୂର୍ବରୁ ସିଇଓ ଦାୟିତ୍ୱ ନେଇଥିଲେ ଆଉ ଏବେ ପୁଣି ଉପନିର୍ବାଚନ ପୂର୍ବରୁ ପଦ ଛାଡିବେ !

କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା । ମଧ୍ୟାହ୍ନ ୧.୪୫ ମିନିଟ୍ ସୁଦ୍ଧା ଓଡ଼ିଶାରେ ବିଜେଡି ଦଳ ସବୁଠାରୁ ଆଗରେ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସିଇଓଙ୍କ କହିବା ମୁତାବକ, ବିଜେଡି ଏବେ ସୁଦ୍ଧା ୧୧୫ଟି ବିଧାନସଭା ସିଟ୍ ରେ ଆଗୁଆ ରହିଥିବାବେଳେ ବିଜେପି-୨୧ ଏବଂ କଂଗ୍ରେସ ୮ଟି ଆସନରେ ସନ୍ତୁଷ୍ଟ ରହିଛି । ସେହିଭଳି ଲୋକସଭା ଆସନରେ ଭୋଟ୍ ଗଣତି ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୬, ବିଜେପି ୫ ଏବଂ କଂଗ୍ରେସ ଏଯାବତ୍ ଖାତା ଖୋଲିପରି ନାହିଁ ।

publive-imageଅନ୍ୟପଟେ ରାଜ୍ୟର ବିଭିନ୍ନ ନିର୍ବାଚନୀ କ୍ଷେତ୍ରରେ ବିଜେଡି କର୍ମୀମାନେ ଟ୍ରେଣ୍ଡିଂ ଫଳାଫଳକୁ ଦେଖି ଉତ୍ସାହିତ ହୋଇଛନ୍ତି । ଦଳୀୟ ଶିବିରଠୁ ଆରମ୍ଭ କରି ତୃଣମୂଳସ୍ତରରେ ବିଜେଡି କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe