ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା । ଓଡ଼ିଶାରେ ସବୁଠାରୁ ଆଗରେ ବିଜେଡି, ସିଇଓ କହିଲେ ଏବେସୁଦ୍ଧା ୧୧୫ଟି ବିଧାନସଭା ଆସନରେ ଆଗରେ ରହିଛି ବିଜେଡି ।

351

କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା । ମଧ୍ୟାହ୍ନ ୧.୪୫ ମିନିଟ୍ ସୁଦ୍ଧା ଓଡ଼ିଶାରେ ବିଜେଡି ଦଳ ସବୁଠାରୁ ଆଗରେ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସିଇଓଙ୍କ କହିବା ମୁତାବକ, ବିଜେଡି ଏବେ ସୁଦ୍ଧା ୧୧୫ଟି ବିଧାନସଭା ସିଟ୍ ରେ ଆଗୁଆ ରହିଥିବାବେଳେ ବିଜେପି-୨୧ ଏବଂ କଂଗ୍ରେସ ୮ଟି ଆସନରେ ସନ୍ତୁଷ୍ଟ ରହିଛି । ସେହିଭଳି ଲୋକସଭା ଆସନରେ ଭୋଟ୍ ଗଣତି ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୬, ବିଜେପି ୫ ଏବଂ କଂଗ୍ରେସ ଏଯାବତ୍ ଖାତା ଖୋଲିପରି ନାହିଁ ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ନିର୍ବାଚନୀ କ୍ଷେତ୍ରରେ ବିଜେଡି କର୍ମୀମାନେ ଟ୍ରେଣ୍ଡିଂ ଫଳାଫଳକୁ ଦେଖି ଉତ୍ସାହିତ ହୋଇଛନ୍ତି । ଦଳୀୟ ଶିବିରଠୁ ଆରମ୍ଭ କରି ତୃଣମୂଳସ୍ତରରେ ବିଜେଡି କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିବା ଦେଖିବାକୁ ମିଳୁଛି ।