କନକ ବ୍ୟୁରୋ: ପିପିଲି ଉପନିର୍ବାଚ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । କରୋନା କଟକଣା ମାନି ନିର୍ବାଚନରେ ସମସ୍ତ କାମ କରାଯିବ । ରୋଡ ସୋ ମନା, ସାଇକେଲ ରାଲି, ବାଇକ ରାଲି ମନା । ଡୋର ଟୁ ଡୋର କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ୫ ଜଣ ଯାଇପାରିବେ ।
ତେବେ ସବୁଠାରୁ ବଡ କଥା ହେଉଛି ମତଦାନର ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର । ନିୟମ ଭାଙ୍ଗିଲେ ଷ୍ଟାର ପ୍ରଚାରକଙ୍କୁ ବାଦ ଦିଆଯିବ । ମତଦାନ ପୂର୍ବରୁ ଭୋଟରଙ୍କ ତାପମାତ୍ରା ମପାଯିବ । ଭୋଟ ବେଳେ ସାମିଲ ରହୁଥିବା ସମସ୍ତଙ୍କୁ ୨ ଡୋଜ୍ ଟୀକା ନେବା ନିହାତି ଜରୁରୀ ।
ତେବେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ପଡିବ ଭୋଟ । କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର ୨୦ ତାରିଖରୁ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଥିବା ବେଳେ ଆଜିଠାରୁ ଆଚରଣବିଧି ଲାଗୁ କରାଯାଇଛି । ସେହିଭଳି ନାମାଙ୍କନପତ୍ର ଦାଖଲ ସମୟରେ କୌଣସି ଶୋଭାଯାତ୍ରା ହୋଇପାରିବନି । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ କେବଳ ୩ଟି ଗାଡିକୁ ଅନୁମତି ମିଳିବ ।