ନିର୍ବାଚନୀ ଅଧିକାରୀଙ୍କ ପ୍ରେସମିଟ୍: ୨୧ଟି ଲୋକସଭା ଆସନ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩ଟି ଆସନରେ ବିଜେଡି ଏବଂ ୮ଟି ଆସନରେ ବିଜେପି ଆଗରେ ଥିବା ସୂଚନା

381

କନକ ବ୍ୟୁରୋ: ରାଜ୍ୟରେ ଭୋଟ ଗଣତି ଜାରି ରହିଥିବା ବେଳେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ସାଢେ ୪ଟା ସୁଦ୍ଧା ରାଜ୍ୟର ୨୧ଟି ଲୋକସଭା ନିର୍ବାଚନୀ ମଣ୍ଡଳୀରେ ଯେଉଁ ମତଗଣନା ହୋଇଛି । ସେଥିମଧ୍ୟରୁ ବିଜେଡିର ପ୍ରାର୍ଥୀମାନେ ୧୩ଟି ଆସନରେ ଆଗରେ ଅଛନ୍ତି । ଏବଂ ବିଜେରି ୮ଟି ଲୋକସଭା ଆସନରେ ଆଗୁଆ ଅଛନ୍ତି । ତେବେ ବିଜେପି ଆଗୁଆ ରହିଥିବା ଲୋକସଭା ଆସନ ଗୁଡିକ ହେଲା ବରଗଡ, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ୱର, ବଲାଙ୍ଗିର , କଳାହାଣ୍ଡି, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ମଣ୍ଡଳିରେ ଭାରତୀୟ ଜନତା ଦଳ ଆଗୁଆ ଅଛନ୍ତି ।

ସେହିଭଳି ବିଜେଡି ଆଗୁଆ ଥିବା ୧୩ଟି ଲୋକସଭା ଆସନ ଗୁଡିକ ହେଲା, କେନ୍ଦୁଝର , ମୟୂରଭଂଜ, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁର, କନ୍ଧମାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଆସ୍କା, ବ୍ରହ୍ମପୁର, ଏବଂ କୋରାପୁଟ ଲୋକସଭା ଆସନରେ ବିଜୁ ଜନତା ଦଳ ଆଗୁଆ ରହିଛି । ତେବେ ସାଢେ ୪ଟା ମିଳିଥିବା ଭୋଟ ଗଣତି ଅନୁସାରେ, ବିଧାନସଭା ଆସନ  ୧୦୭ଟି ଆସନରେ ଆଗୁଆ ଥିବାବେଳେ  ବିଜେପି ୨୪ଟି ଆସନରେ ଆଗୁଆ ଏବଂ କଂଗ୍ରେସର ୧୩ଟି ଆସନରେ ଆଗୁଆ ଓ ଅନ୍ୟାନ୍ୟ ଗୋଟିଏ ଆସନରେ ଆଗୁଆ ଅଛନ୍ତି । ତେବେ ନବରଙ୍ଗପୁରର ତିନୋଟି ଆସନରେ ଫଳାଫଳ ଘୋଷଣା ହୋଇସାରିଛି । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ କାଉଂଟିଂ ଚାଲିଛି ।