ରାତି ପାହିଲେ ‘ପଦ୍ମପୁର’ ପରୀକ୍ଷା । ପ୍ରସ୍ତୁତି ଶେଷ, ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ଭୋଟିଂ ।

92

କନକ ବ୍ୟୁରୋ: ସରିଛି ପଦ୍ମପୁର ପାଇଁ ପ୍ରସ୍ତୁତି । ପ୍ରଚାର ବି ସରିଛି । ଏବେ ଖାଲି ପରୀକ୍ଷାକୁ ଅପେକ୍ଷା । ରାତି ପାହିଲେ ପଦ୍ମପୁର ପରୀକ୍ଷା । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ପଦ୍ମପୁର ପାଇଁ ପଡିବ ଭୋଟ । ସବୁ ଦଳ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ସବୁ ପ୍ରକାର ଚେଷ୍ଟା କରିସାରିଥିବା ବେଳେ କାଲି ଜନତା ଜନାର୍ଦ୍ଦନଙ୍କ ହାତରେ ରହିଛି ସବୁକିଛି ।

ତେବେ ପଦ୍ମପୁର ଉପନିିର୍ବାଚନର ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୧୨୭୬ ପୋଲିଂ ଅଧିକାରୀ ବୁଥରେ ନିଯୁକ୍ତି ହୋଇସାରିଛନ୍ତି । କଡ଼ାକଡ଼ି ଚେକିଂ କରିବାକୁ କଲେକ୍ଟର ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ବୁଥ, ଅତି ସମ୍ବେଦନଶୀଳ ବୁଥ ରହିଛି । କିଛି ବୁଥର ନାମକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ । ମଦ ବିକ୍ରି ବନ୍ଦ । ଏକଜିଟ୍ ପୋଲ ବ୍ୟାନ୍ କରାଯାଇଛି ।

୧୨ଟି ପ୍ରମାଣ ପତ୍ର ଭିତରୁ ଯେକୌଣସି ଗୋଟିଏ ନେଇ ଭୋଟର ଭୋଟ୍ ଦେବାକୁ ଆସିପାରିବେ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଘରୁ ଆଣି ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ଓ ୬ଟି ପିଙ୍କ ବୁଥ୍ ହୋଇଛି । ୧୨୦ ବୁଥରେ ୱେବ କାଷ୍ଟି ଓ ୬୬ଟି ବୁଥରେ ସିସିଟିଭି ଲାଗିଛି । ୧୪ଶହ ୧୩ ପୋଲିସ ନିଯୁକ୍ତି ଅଛନ୍ତି । ୯ଟା ସିଆରପିଏଫ କମ୍ପାନୀ ନିଯୁକ୍ତ ଅଛନ୍ତି ।