କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାରର ସମୟସୀମା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ବିଜେପୁର ବାହାରର ନେତାଙ୍କୁ ସନ୍ଧ୍ୟା ୫ଟା ସୁଦ୍ଧା ନିବାଚନମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ବିଜେପୁର ଉପନିର୍ବାଚନ ପାଇଁ ୨୪୩ଟି ସ୍ଥାନରେ ୨୮୫ଟି ପୋଲିଂ ବୁଥ କରାଯାଇଛି । ଏଥିରୁ ୧୨୯ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିବା ୨୮ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୪ଟି ବୁଥରେ ସିସିଟିଭି ଲାଗିଥିବା ନେଇ ସୂଚନା ଦେଇଛନ୍ତି ସୁଶୀଲ ଲୋହାନି । ବିଜେପୁରର ମୈଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨୩୨୨୬୪ ଜଣ ଭୋଟର । ଭୋଟର ପରିଚୟ ପତ୍ର ବ୍ୟତୀତ ଅନ୍ୟ ୧୧ଟି କାଜଗପତ୍ର ଦେଖାଇ ଭୋଟ ଦେଇପାରିବେ । ଚଳିତ ଉପନିର୍ବାଚନରେ ମ୍ୟାକ୍ ୩ର ଇଭିଏମ ବ୍ୟବହାର କରାଯିବ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/Screen-Shot-2019-10-19-at-5.35.44-PM.png)