ରାଜ୍ୟପାଳଙ୍କୁ ଭେଟିଲେ ସିଇଓ । ନବନିର୍ବାଚିତ ପ୍ରତିନିଧିଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରଦାନ କଲେ ।

95

କନକ ବ୍ୟୁରୋ: ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ୨୦୧୯ ସାଧାରଣ ନିର୍ବାଚନରେ ନବ ନିର୍ବାଚିତ ବିଧାୟକଙ୍କ ପୂର୍ଣ୍ଣାଙ୍ଗ ତାଲିକା ଓ ଫଳାଫଳ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ସିଇଓ । ସୂଚନା ମୁତାବକ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସ୍ୱତନ୍ତ୍ର ଟିମ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ।
ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା । ତେବେ ଗତ ୨୩ ତାରିଖରେ ଫଳାଫଳ ଆସିବା ପରେ ଜାତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଦିଆଯାଇଥିବା ବିଧିବଦ୍ଧ ବିଧାୟକ ତାଲିକାକୁ ରାଜ୍ୟପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।