କନକ ବ୍ୟୁରୋ: ଲକ୍ଷାଧିକ ଟଙ୍କାର ଚାକିରୀ ଛାଡିଲେ । ସିଇଓରୁ ବନିଗଲେ ଟ୍ରକ୍ ଡ୍ରାଇଭର ଆଜିକା ଦିନରେ ଚାକିରିଟେ ପାଇଁ ଘଣ୍ଟା ଘଣ୍ଟା ଗୋଡ ଭାଙ୍ଗି ଛିଡା ହେଉଛନ୍ତି ଲୋକେ । ପୁଣି ସାମାନ୍ୟ ଚପରାଶି ଚାକିରୀ ପାଇଁ ଆବେଦନ କରୁଛନ୍ତି ବିଟେକ୍ , ପିଏଚଡି କରିଥିବା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ । ହେଲେ ଚାକିରୀ ପାଇ ଛାଡିସେବା କଥାଟା ଶୁଣିଲେ ଅଡୁଆ ଲାଗେ । ତା ପୁଣି ଏମିତି ସେମିତି ଚାକିରୀ ନୁହେଁ ଏକ ନାମୀ କମ୍ପାନୀର ସିଇଓ ଚାକିରୀ ।

Advertisment

ଅଷ୍ଟ୍ରେଲିଆର ଏକ ନାମୀ ଥିଏଟର କମ୍ପାନୀରେ ଚିପ୍ ଏକ୍ସକ୍ରୁ୍ୟଟିଭ୍ ଭାବେ କାର୍ଯ୍ୟ କରୁଥିଲେ ଗ୍ରେଗ୍ ରସ୍ । ଦୀର୍ଘ ଦିନ କମ୍ପାନୀ ପାଇଁକାମ କରି କୋଟି କୋଟି ଟଙ୍କାର ଲାଭ ଦେଲେ । ନିଜେ ବି ଲକ୍ଷ ଲକ୍ଷ ଙ୍କା ଦରମା ପାଉଥିଲେ । ତାଙ୍କ ତତ୍ତ୍ୱାବଧାନରେ କମ୍ପାନୀ ବେଶ୍ ନାଁ କଲା । ହେଲେ ତାଙ୍କ ମନରେ ନଥିଲା ଖୁସି । ସବୁବେଳେ ଅଲଗା ଏକ ଦୁନିଆଁରେ ହଜିଯାଉଥିଲେ । କମ୍ପାନୀ ତାଙ୍କୁ ସାମର୍ଥ୍ୟ ଥିବା ଯାଏଁ ଚାକିରୀରେ ରଖିବାକୁ ଚାହୁଁଥିଲା । ହେଲେ ହଠାତ୍ ଚାକିରୀ ଛାଡିଲେ ଗ୍ରେଗ୍ ରସ୍ । ଆଉ ତା’ ପରେ ଏପରି ଏକ କାମକୁ ଆପଣାଇଲେ ଯାହା ସମସ୍ତଙ୍କୁ ହତବାକ୍ କରିଥିଲା ।
ସିିଓର ଚାକିରୀରେ ଲକ୍ଷାଧିକ ଟଙ୍କା ଦରମା ପାଉଥିଲେ । ହେଲେ ଗୋଟିଏ ସମୟରେ ତାଙ୍କ ମନରେ ଅନୁଭବ ହେଲା ଯେ ସେ ଥକିପଡିଛନ୍ତି । ଜୀବନରେ ଏବେ ପରିବର୍ତ୍ତନ ଆବଶ୍ୟକ । ତେଣୁ ଚାକିରୀ ଛାଡିଦେଲେ । ଗ୍ରେଗ୍ ରସ୍ କୁହନ୍ତି ଦୀର୍ଘ ଦିନରୁ ତାଙ୍କ ମନରେ କିଛି ଚାଲିଥିଲା । ଏହା ମଧ୍ୟରେ ତାଙ୍କୁ ଥାଇରଏଡ୍ କ୍ୟାନ୍ସର ହେଲା । ଜୀବନକୁ ନେଇ ଚିନ୍ତାଗ୍ରସ୍ତ ରହିଲେ ଗ୍ରେଗ୍ ।

୨୦୦୮ରେ ନିଜ ଦାଦାଙ୍କୁ ଶେଷ ଦର୍ଶନ କରିବାକୁ ଯାଇଥିବାବେଳେ ତାଙ୍କ ମନକୁ ଏକ ବିଚାର ଆସିଲା । ଜୀବନରେ କିଛି ଅଲଗା କରିବାକୁ । ଯେଉଁଥିରେ ମନ ସନ୍ତୁଷ୍ଟ ରହିବ । ଏପରି ସ୍ଥିତିରେ ସେ ନିଜ ମନ କଥା ହିଁ ଶୁଣିଲେ ଏବଂ ସିଇଓ ପଦରୁ ଇସ୍ଥଫା ଦେଲେ ।

ଜୀବନରେ ଅନେକ ପ୍ରକାର ଅନୁଭୂତି ସାଉଁଟିଛନ୍ତି ଗ୍ରେଗ୍ । ହେଲେ ଆଉ ଏକ ଅଭିଜ୍ଞତା ପାଇବାକୁ ଚାହୁଁଥିଲେ । ସେଥିପାଇଁ ଚାକିରୀ ଛାଡିବା ପରେ ଡ୍ରାଇଭର ଭାବେ କାମ କରିବାକୁ ଚାହିଁଲେ । ଏଥିପାଇଁ ତାଙ୍କର କୌଣସି ଅଭିଜ୍ଞତା ନଥିଲା । ତେଣୁ ଏକ ଟ୍ରକ୍ କମ୍ପାନୀ ସହ ସମ୍ପର୍କ କରି ଭାରୀ ଯାନ ଡ୍ରାଇଭିଙ୍ଗ ଶିଖିବା ସହ ଲାଇସେନ୍ସ ବି ହାସଲ କଲେ । ହେଭି ଭେଇକିଲ ଚଲାଇବାରେ ତାଙ୍କ ବେଶ୍ ଖୁସି ମିଳେ ବୋଲି କହିଛନ୍ତି ଗ୍ରେଗ୍ । ଏବେ ତାଙ୍କ ୭୨ ବର୍ଷ ହେଲାଣୀ । ୧୨ ବର୍ଷ ଧରି ଟ୍ରକ୍ ଚଳାଇ ଅନେକ ସ୍ଥାନ ବୁଲିଲେଣି ଏବଂ ଅନେକ ପ୍ରକାର ଲୋକ ଓ ସ୍ଥାନ ସଂସ୍ପର୍ଶରେ ଆସି ତାଙ୍କୁ ବେଶ୍ ଶାନତି ମିଳୁଛି ବୋଲି କୁହନ୍ତି ଗ୍ରେଗ୍ ।

ଟ୍ରକ୍ ଚଲାଇବାବେଳେ ତାଙ୍କୁ ‘ୱାଚିଙ୍ଗ ଦ ହ୍ୱିଲ୍ସ’ ଗୀତ ଶୁଣିବାକୁ ଭାରି ଭଲଲାଗେ । ଖୁସ ମିଜାଜର ଗ୍ରେଗ୍ ଯୁଆଡେ ଯାଆନ୍ତି ତାଙ୍କ ସହ ଲୋକେ କମ୍ ସମୟରେ ମିଶିଯାନ୍ତି । ଓ ଟ୍ରକ୍ ସହ ସେଲ୍ଫି ନେବାକୁ କୁହନ୍ତି । ଏବେ ଗ୍ରେଗଙ୍କ ଜୀବନରେ ଶାନ୍ତି ଆଉ ଶାନ୍ତି ।