ଏମ.ପି ବିର୍ଲା ପ୍ଲାନେଟୋରିୟମ ନିର୍ଦ୍ଦେଶକ ଦେବୀପ୍ରସାଦ ଦାଉରୀଙ୍କ କହିବା ମୁତାବକ ଆସନ୍ତା ଜୁଲାଇ ୨୭ ତାରିଖରେ ଭାରତରେ ଶତାବ୍ଦୀର ସବୁଠାରୁ ବୃହତ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏବଂ ଯାହାକୁ ଦେଶର କୋଣ ଅନୁକୋଣରେ ଖାଲି ଆଖିରେ ଲୋକମାନେ ଦେଖିବାର ସୁଯୋଗ ପାଇବେ । ୨୭ ତାରିଖ ଭାରତୀୟ ସମୟ ରାତି ୧୧:୫୪ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ମଧ୍ୟରାତ୍ରି ୧ଘଣ୍ଟା ୫୨ ମିନିଟରେ ପୂର୍ଣ୍ଣ ଚନ୍ଦ୍ରଗହଣ ହେବ । ଏବଂ ରାତି ୩ଘଣ୍ଟା ୪୯ ମିନିଟ ପର୍ଯ୍ୟନ୍ତ ଦେଶବାସୀ ଶତାବ୍ଦୀର ସବୁଠାରୁ ବୃହତ ଲୌହ ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦେଖିପାରିବେ ବୋଲି ଦାଉରୀ କହିଛନ୍ତି ।
ଦେଶବାସୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଯେ ଦେଶର ସମସ୍ତ ସ୍ଥାନରେ ଖାଲି ଆଖିରେ ଚନ୍ଦ୍ରର ଏହି ଲୌହଧାତବ ରୂପକୁ ଦେଖିପାରିବେ । କେବଳ ଲୋହିତ ବର୍ଣ୍ଣ ନୁହେଁ ବଂର ସମୟାନୁକ୍ରମେ କମଳା ରଙ୍ଗ, ରକ୍ତବର୍ଣ୍ଣ ଏବଂ କଳା ବାଦାମୀ ରଙ୍ଗର ମଧ୍ୟ ରୂପ ଧାରଣ କରିବ ବୋଲି ଏମ.ପି ବିର୍ଲା ପ୍ଲାନେଟୋରିୟମ ନିର୍ଦ୍ଦେଶକ ଦେବୀପ୍ରସାଦ ଦାଉରୀ କହିଛନ୍ତି । ଗତ ଜାନୁୟାରୀ ୩୧ ତାରିଖରେ ହୋଇଥିବା ଚନ୍ଦ୍ରଗହଣ ଠାରୁ ଏହାର ଆକାର ବୃହତ ହେବ । ଯାହାଦ୍ୱାରା ଦେଶର ପ୍ରତ୍ୟେକ ସ୍ଥାନରେ ଏହାକୁ ଖାଲି ଆଖିରେ ଦେଖିପାରିବେ ବୋଲି ଜଣାପଡିଛି । ତେବେ ଦାଉରୀଙ୍କ ସୁଚନା ମୁତାବକ ଆସନ୍ତା ୨୦୧୯ ଜାନୁୟାରୀ ୨୧ ତାରିଖରେ ଆଗାମୀ ଚନ୍ଦ୍ର ଗହଣ ହେବ । ଯାହାକି କେବଳ ୧ ଘଣ୍ଟା ୨ ମିନିଟ୍ ସମୟ ଅବଧି ଚନ୍ଦ୍ର ଉପରେ ପ୍ରଭାବ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/Photo-01062808-moon-raja.jpg)
/kanak/media/post_attachments/wp-content/uploads/2018/07/315545962-bloodmoon_6-300x138.png)