କନକ ବ୍ୟୁରୋ :  ଖ୍ୟାତନାମା ବେଡମିଣ୍ଟନ ତାରକା ପିଭି ସିନ୍ଧୁ ଭାରତର ଲୋକପ୍ରିୟ  ମେଟ୍ରେସ ବ୍ରାଣ୍ଡ, ସେଞ୍ଚୁରୀ ମେଟ୍ରେସରେ  ବ୍ରାଣ୍ଡ ଆମ୍ବାସଡାର ଭାବରେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି  ଦୁଇ ଚମ୍ପିୟନ ପରସ୍ପର ସହ ମିଶିଛନ୍ତି – ଜଣେ ବେଡମିଣ୍ଟନ କୋର୍ଟରେ ନିଜର ନୈପୁଣ୍ୟତା ପାଇଁ ଏବଂ ଅନ୍ୟଟି ଆରାମ ଦାୟକ ନିଦ ପାଇଁ ପ୍ରସିଦ୍ଧ ।

Advertisment

ବ୍ୟାଡମିଣ୍ଟନ୍ କୋର୍ଟ ବାହାରେ ପିଭି ସିନ୍ଧୁ  ନୂଆ ଭୂମିକାରେ ଦେଖାଦେବେ,  ସେଞ୍ଚୁରୀ ମେଟ୍ରେସ ବ୍ରାଣ୍ଡ ଆମ୍ୱାସଜର ଭାବେ କମ୍ପାନୀର ନୂଆ ଉତ୍ପାଦ ଯାହାକି ଫିଟନେସ ଏବଂ ଜୀବନ ଶୈଳୀକୁ ନେଇ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି ତା ଉପରେ ଗୁରୁତ୍ଵ ଦେବେ । ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଏବଂ ସର୍ବାଧିକ ସଫଳ ବେଡମିଣ୍ଟନ ଖେଳାଳି ଭାବରେ ସିନ୍ଧୁଙ୍କ ରାଷ୍ଟ୍ରୀୟ ଲୋକପ୍ରିୟତା ଏହି ବ୍ରାଣ୍ଡକୁ ଦେଶର ବିଭିନ୍ନ ଭୌଗୋଳିକ ସ୍ତରରେ ପହଞ୍ଚାଇବାରେ ସକ୍ଷମ ହେବ ।

ନିକଟରେ ଲୋକମାନଙ୍କର ଶୋଇବା ଶୈଳୀ ପରିବର୍ତ୍ତନ କରିବା ପାଇଁ ସେଞ୍ଚୁରୀ ଜେଲ ଲାଟେକ, ଏ-ରାଇଜ ଏବଂ ଭିସ୍କୋପେଡିକ ମେଟ୍ରେସ ର ବଜାର ପ୍ରବେଶ ହୋଇଥିଲା । ଏହା ଦ୍ଵାରା ମେଟ୍ରେସ ବ୍ରାଣ୍ଡ ପାରମ୍ପାରିକ ଜେଲ ଟେକ୍ନୋଲୋଜିରୁ ତମ୍ବା ଜେଲ ଟେକ୍ନୋଲୋଜିକୁ ପରିବର୍ତ୍ତିତ ହୋଇଛି । ଶରୀରକୁ ଚାପ ମୁକ୍ତ କରୁଥିବା, ପ୍ରାକୃତିକ ପୀଡା ନିବାରକ ଗୁଣ ଥିବା ନୂତନ ତମ୍ବା ଜେଲ ଟେକ୍ନୋଲୋଜି ମେଟ୍ରେସ ଶୋଇବା ବେଳେ ଶରୀରର ଉତ୍ତାପକୁ ହ୍ରାସ କରିଥାଏ ।ଏହି ଗୁଣବତ୍ତା ଗ୍ରାହକମାନଙ୍କୁ ଏକ ଭଲ ରାତିର ନିଦ ଦେଇଥାଏ ।

ସେଞ୍ଚୁରୀ ମେଟ୍ରେସର କାର୍ଯ୍ୟନିର୍ବାହୀ  ନିର୍ଦ୍ଦେଶକ ଶ୍ରୀ ଉତ୍ତମ ମଲାନି କହିଥିଲେ, “ପିଭି ସିନ୍ଧୁଙ୍କୁ ଆମର ନୂତନ ବ୍ରାଣ୍ଡ ଆମ୍ବାସଡାର ଭାବେ ସେଞ୍ଚୁରୀ ପରିବାରକୁ ସ୍ୱାଗତ କରି ଆମେ ଆନନ୍ଦିତ । ଉତ୍କର୍ଷତା ଏବଂ ଉତ୍ସର୍ଗୀକୃତ ମୂଲ୍ୟବୋଧର ସହଭାଗିତା ଯୋଗୁଁ ସିନ୍ଧୁ ସେଞ୍ଚୁରୀ ପାଇଁ ଉପଯୁକ୍ତ ଅଟନ୍ତି । ସେଞ୍ଚୁରୀ ଭାରତର ଶୋଇବା ବିଶେଷଜ୍ଞ ହୋଇଥିବା ବେଳେ ସିନ୍ଧୁ ନିଶ୍ଚିତ ଭାବରେ ଭାରତର କ୍ରୀଡା ବିଶେଷଜ୍ଞ ଅଟନ୍ତି ଏବଂ ତାଙ୍କର ସଫଳତା ନିଜେ ନିଜକୁ ଉପସ୍ଥାପନ କରିଥାଏ । ସିନ୍ଧୁଙ୍କ ଭଳି ଜଣେ ଚମ୍ପିୟନଙ୍କ ସହିତ ଜଡିତ ହୋଇ ଆମେ ଗର୍ବିତ; ଏବଂ ଏହି ସହଯୋଗ ମାଧ୍ୟମରେ ଆମର ଅଭିନବ ଉତ୍ପାଦ ଏବଂ ସୂଚନାପୂର୍ଣ୍ଣ ଅଭିଯାନ ସହିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ପୃକ୍ତ କରିବାକୁ ଆମେ ଯୋଗାଯୋଗ କରିବା ପାଇଁ ଚାହିଁ ରହିଛୁ ।”

ଭାରତର ଅନ୍ୟତମ ସଫଳ କ୍ରୀଡାବିତ ପଦ୍ମ ଭୂଷଣ ପିଭି ସିନ୍ଧୁକହିଥିଲେ, “ସେଞ୍ଚୁରୀ ମେଟ୍ରେସ ସହିତ ହାତ ମିଳାଇବା ମୋ ପାଇଁ ଏକ ରୋମାଞ୍ଚକର ପଦକ୍ଷେପ । ଜଣଙ୍କୁ ଶାନ୍ତିର ନିଦ୍ରା ପାଇଁ ସେମାନଙ୍କର ଉତ୍ସର୍ଗ , ଗବେଷଣା ଯାହା ଖେଳ ପରେ ମୋର ବିଶ୍ରାମର ଗୁରୁତ୍ୱ ସହିତ ସଂପୂର୍ଣ୍ଣରୂପେ ମେଳ ଖାଇଥାଏ ।ସଫଳତା ପାଇଁ କଠୋର ପ୍ରଶିକ୍ଷଣ ଯେପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଠିକ ସେହି ପରି ଶକ୍ତି ପୁନରୁଦ୍ଧାର ପାଇଁ ରାତିରେ ଭଲରେ ଶୋଇବା ବି ଗୁରୁତ୍ୱ ପୂର୍ଣ୍ଣ । ଯାହା ସେଣ୍ଟୁରୀ ମାଟ୍ରିସ୍ କରୁଛି । ସମାଜର ସାମଗ୍ରିକ କଲ୍ୟାଣ ପାଇଁ ସୁସ୍ଥ ନିଦ୍ରା ସମାଧାନ ପାଇଁ ସେଞ୍ଚୁରୀର ଯାତ୍ରାର ଏକ ଅଂଶ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ।"

୧୮ଟି ରାଜ୍ୟରେ୪୫୦୦+ ଡିଲର ଏବଂ୪୫୦+ ସ୍ୱତନ୍ତ୍ର ବ୍ରାଣ୍ଡ ଷ୍ଟୋର ଦ୍ଵାରା ସେଞ୍ଚୁରୀ ମେଟ୍ରେସ ଦେଶରେ ନିଜର ଉପସ୍ଥିତି ଜାହିର କରିଛି  । ହାଇଦ୍ରାବାଦ ଏବଂ ଭୁବନେଶ୍ୱରରେ ଏହାର କାରଖାନା , ପୁଣେ,ବାଙ୍ଗାଲୋର, ୱାରଙ୍ଗଲ, ୱାଇଜାଗ, ବିଜୟୱାଡା, କୁରନୁଲ, ସମ୍ବଲପୁରରେ କମ୍ପାନୀର  ବିକ୍ରି ଡିପୋ   ଏବଂ ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ଭାରତରେ ବିକ୍ରୟ କେନ୍ଦ୍ର ରହିଛି ।