ଆନ୍ଦୋଳନ ମଧ୍ୟରେ ଆଖୁ ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ୩୫୦୦ କୋଟିର ରପ୍ତାନି ରିଆତି, ୧୮ ହଜାର କୋଟିର ରପ୍ତାନି ଲାଭ

ଆନ୍ଦୋଳନ ମଧ୍ୟରେ ଆଖୁ ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ୩୫୦୦ କୋଟିର ରପ୍ତାନି ରିଆତି, ୧୮ ହଜାର କୋଟିର ରପ୍ତାନି ଲାଭ

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଆଜିକୁ ୨୧ ଦିନ ହେବ ହଜାର ହଜାର ସଂଖ୍ୟାରେ କୃଷକ ସରକାରଙ୍କ ନୂତନ କୃଷିବିଲ୍ ବିରୋଧ କରି ଆନ୍ଦୋଳନରେ ବସିଥିବା ବେଳେ ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କୁ ବଡ ଉପହାର ଦେଇଛନ୍ତି । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଓ ରବିଶଂକର ପ୍ରସାଦ ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି କି ଦେଶରେ ଆଖୁଚାଷୀଙ୍କ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ମୁତାବକ ଆଖୁ ଚାଷ କରୁଥିବା ଦେଶର ୫ କୋଟି ଚାଷୀଙ୍କୁ ୩୫୦୦ କୋଟି ଟଙ୍କାର ରପ୍ତାନି ରିଆତି ପ୍ରଦାନ କରାଯିବ । ଏହାସହ ୧୮ ହଜାର କୋଟି ଟଙ୍କାର ରପ୍ତାନି ଲାଭ ସହ ଅନ୍ୟାନ୍ୟ ରିଆତି ପ୍ରଦାନ କରାଯିବ । ଏହା ଉପରେ ମିଳିବାକୁ ଥିବା ରିଆତି ସିଧା ସଳଖ ଚାଷୀ ମାନଙ୍କ ଖାତାକୂୁ ଯିବ । ଏହାସହ କେନ୍ଦ୍ର ସରକାର ବାର୍ଷିକ ୬୦ ଲଏକ୍ଷ ଟନ୍ ଚିନି ରପ୍ତାନୀ କରିବାକୁ ପ୍ରସ୍ତୂତ ହେଉଛନ୍ତି । ଏହା ଦ୍ୱାରା ଲକ୍ଷ ଲକ୍ଷ ଶ୍ରମିକ ବି ଲାଭବାନ ହେବେ ।

ସୂଚନା ଥାଉକି ଦେଶର ହଜାର ହଜାର କୃଷକ ୪ ଡିଗ୍ରୀ ତାପମାତ୍ରାରେ ୨୧ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି, ଚାଷକ୍ଷେତ୍ରରେ ଥିବା ବିଦ୍ୟୁତ ବିଲ୍ ଆଇନର ସଂଶୋଧନ ସହ ପାରିତ ହୋଇଥିବା କୃଷିବିଲ୍ କୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବା ସେମାନଙ୍କର ଦାବି ରହିଛି । ଏନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ନିସ୍କର୍ସ ବାହାରି ପାରୁନଥିବା ବେଳେ ସେପଟେ ସରକାର କେବଳ ଆଖୁଚାଷୀଙ୍କୁ ସରକାର ସହାୟତା ଯୋଗାଇ ଦେବା ଯେ ଆନ୍ଦୋଳନରତ ଚାଷୀ ମାନଙ୍କ ଭିତରେ ଏକତା ଭାଙ୍ଗିବାର ଏକ ପ୍ରୟାସ ବୋଲି ବିରୋଧୀ ମାନେ ମତ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe