କନକ ବ୍ୟୁରୋ: ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ଆପ୍ ସହିତ ୨୨ ବେଆଇନ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏ ନେଇ ଆଇଟି ମନ୍ତ୍ରଣାଳୟ ଏ ନେଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Advertisment

ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଆଇଟି ଅଧିନିୟମ ୬୯-କ ଅନୁସାରେ ଛତିଶଗଡ ସରକାର ଏହା ଉପରେ ବ୍ୟାନ ଲଗାଇପାରିଥାନ୍ତେ । କିନ୍ତୁ ଏଭଳି ହେଲା ନାହିଁ କି ସ୍ଥାନୀୟ ସରକାର ଏଥିପାଇଁ ଅନୁରୋଧ ବି କଲେ ନାହିଁ ଏବେ ପ୍ରବର୍ତନ ନିର୍ଦ୍ଦେଶାଳୟର ଅନୁରୋଧ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି, ବେଆଇନ ଜୁଆଖେଳ ଆପ୍ ସିଣ୍ଡିକେଟ୍ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଯାଂଚ ଓ ଏହା ପରେ ଛତିଶଗଡରେ ହୋଇଥିବା ଚଢାଉ ଆଧାରରେ ଏଭଳି ପ୍ରତିବନ୍ଧକ ଲଗାଯାଇଛି । କିଛି ଦିନ ତଳେ ମନି ଲଣ୍ଡରିଙ୍ଗ ମାମଲାରେ ଜଣେ ଅଭିଯୁକ୍ତ ଦୁବାଇରୁ ଏକ ଭିଡିଓ ଜାରି କରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଆପର ପ୍ରମୋଟର୍ସ ବାଘେଲଙ୍କୁ ୫୦୮ କୋଟିରୁ ଅଧିକ ଟଙ୍କା ଦେଇଥିବା ଅଭିଯୋଗ ଆସିଥିଲା । ଏହାକୁ ନେଇ ଛତିଶଗଡରେ ରାଜନୀତି ସରଗରମ ହୋଇଥିଲା ।