ମଧ୍ୟାହ୍ଣରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ନେଇ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

377

କନକ ବ୍ୟୁରୋ : ଧାମରାରୁ ପୂର୍ବ ଦିଗରେ ୪୦କିମି ଦୂରରେ ଅଛି ବାତ୍ୟା ୟାସ । ବାଲେଶ୍ବରରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୦ କିମି ଦୂରରେ ଅଛି । ୬ଘଣ୍ଟା ଧରି ୧୫କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମକୁ ଗତି କରୁଛି । ମଧ୍ୟାହ୍ଣ ସମୟର ଆରମ୍ଭ ହୋଇଯିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ ପାଇଁ ୨ ରୁ ୪ ଘଣ୍ଟା ସମୟ ଲାଗିବ । ବାଲେଶ୍ବରରେ ଘଣ୍ଟାପ୍ରତି ୮୦ କିମି ବେଗରେ ବୋହୁଛି । ଲ୍ୟାଣ୍ଡଫଲ ସମୟରେ ୧୩୦ ରୁ ୧୪୦ କିମି ବେଗରେ ପବନ ବହିବ ।

ଦିନ ୨ ଟା ବେଳକୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ଆକଳନ କରାଯାଉଛି । ଭଦ୍ରକର ମୋହନପୁର ଅଂଚଳରେ ପ୍ରବଳ ଜୁଆର ଦେଖାଦେବ । ମୋହନପୁର ଅଞ୍ଚଳରେ ୯ କିମି ସ୍ଥଳଭାଗକୁ ଜୁଆର ମାଡ଼ି ଆସିବ । ବାତ୍ୟାର ଆଖି ଅଧା ରହିଥିବାରୁ ଏହାର ପ୍ରଭାବ କମ୍ ଅଛି । ଲ୍ୟାଣ୍ଡଫଲ୍ କରିବାର ୩ ରୁ ୪ ଘଣ୍ଟା ଯାଏଁ ବର୍ଷା , ପବନ ଜାରି ରହିବ । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।