କନକ ବ୍ୟୁରୋ : ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ସଂସଦରେ ଉତ୍ତର ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । କହିଛନ୍ତି, କେନ୍ଦ୍ର କିଛି ସଂକଳ୍ପ ପାଇନାହିଁ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ କିରଣ ରିଜିଜୁ ଏହା କହିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିଲେ, ବିଧାନସଭା ପରିଷଦ ଗଠନ ନେଇ ଓଡ଼ିଶା ପ୍ରସ୍ତାବ ପାରିତ କରିଥିଲା, ଏ ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।
କେନ୍ଦ୍ର କହିଥିଲେ ବର୍ତମାନ ୬ଟି ରାଜ୍ୟରେ ବିଧାନ ପରିଷଦ ରହିଛି । ଆଉ ୩ଟି ରାଜ୍ୟ ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ବିଧାନସଭା ପରିଷଦ ଗଠନ ପାଇଁ ପ୍ରସ୍ତାବ ପାସ କରିଛନ୍ତି । କିନ୍ତୁ ଓଡ଼ିଶା ତରଫରୁ କୌଣସି ଔପଚାରିକ ପ୍ରସ୍ତାବ ଆସିନାହିଁ । ରାଜ୍ୟରେ ବିଧାନପରିଷଦ ଗଠନ ପାଇଁ ୨୦୧୮ ସେପ୍ଟସମ୍ବର ୬ରେ ବିଧାନସଭାରେ ପାରିତ ହୋଇଥିଲା ସଂକଳ୍ପ । ବର୍ତମାନ ୬ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ବିଧାନପରିଷଦ ରହିଛି ।