ଧର୍ମେନ୍ଦ୍ରଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ । ଓଡିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବ କେନ୍ଦ୍ର

241

କନକ ବ୍ୟୁରୋ : ଓଡିଶାରୁ ଅଧିକ ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି କରି ଆସୁଥିଲେ ରାଜ୍ୟ ସରକାର । ଏହାକୁ ବିଜେଡି ବିଭିନ୍ନ ସମୟରେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଘେରିଛି । ହେଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ଗତ ୧୬ତାରିଖରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅବଗତ କରିବା ପରେ ସେ ତତ୍ପରତା ଦେଖାଛନ୍ତି । ଧର୍ମେନ୍ଦ୍ରଙ୍କ ଅନୁରୋଧକୁ ରକ୍ଷା କରି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଓଡିଶାରୁ ୧୦ଲକ୍ଷରୁ ଅଧିକ ମେଟ୍ରିକ ଟନ୍ ଉଷୁନା ଚାଉଳ ଉଠାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ପୀୟୁଷ ଗୋଏଲ ଅବଗତ କରିଛନ୍ତି ।

ଚଳିତ ବର୍ଷ ଭଲ ଅମଳ ଯୋଗୁଁ ଓଡିଶାରୁ ପ୍ରାୟ ୭୯ଲକ୍ଷ ମେଟ୍ରିକ ଟନ୍ ଖରିଫ୍ ଚାଉଳ ସଂଗ୍ରହ କରିବା ନେଇ ଆକଳନ କରାଯାଇଛି । ପ୍ରାରମ୍ଭିକ ଆବଂଟନରେ କେନ୍ଦ୍ର ସରକାର ୨୦୨୩-୨୪ଖରିଫ ବିଫଣନ ସମୟରେ ୪୪.୨୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ କିଣିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ଚାଉଳ ପ୍ରସଙ୍ଗକୁ ନେଇ ଚିଠି ପରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରେସ ରିଲିଜ୍ ଜାରି କରି କହିଛନ୍ତି, ନିଜ ପ୍ରଚାର ପାଇଁ ସହଯୋଗୀ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ । ଏବେ ଧର୍ମେନ୍ଦ୍ରଙ୍କ ନୂଆ ନାଟକ ଦେଖିବା ପାଇଁ ମିଳିଛି । ୧୦ବର୍ଷ ଧରି ନୀରବ ରହିଥିଲେ ।