କନକ ବ୍ୟୁରୋ : ଟିକା ଅଭାବ ନେଇ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ଅଭିଯୋଗ କରୁଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ରାଜ୍ୟମାନଙ୍କ ପାଖରେ ଏବେ ପ୍ରାୟ ୭୮ ଲକ୍ଷ ଡୋଜ୍ ଟିକା ରହିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟମାନଙ୍କୁ ପ୍ରାୟ ୫୮ ଲକ୍ଷ ଡୋଜ ଟିକା ଯୋଗାଇଦିଆଯିବ ।
କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାର କୌଣସି ନୂଆ ଅର୍ଡର ଦେଇ ନାହାନ୍ତି । ଏହି ଖବରକୁ ଖଣ୍ଡନ କରି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମେ, ଜୁନ ଓ ଜୁଲାଇ ମାସରେ ହେବାକୁ ଥିବା ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ୧୦୦ ପ୍ରତିଶତ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଛି । ପ୍ରାୟ ୧୧ କୋଟି ଡୋଜ ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୧୭୩୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ସେହିପରି ୧୦ କୋଟି ଡୋଜ ପାଇଁ ଭାରତ ବାୟୋଟେକକୁ ପୂର୍ବରୁ ଅର୍ଡର ଦିଆଯାଇଥିବାବେଳେ ୩ ମେ ସୁଦ୍ଧା ପ୍ରାୟ ୮୮ ଲକ୍ଷ ଡୋଜ କୋଭାକ୍ସିନ ମିଳିଛି । ମନ୍ତ୍ରାଳୟ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ପ୍ରାୟ ୧୬ କୋଟି ୫୪ ଲକ୍ଷ ଡୋଜ ଟିକା ମାଗଣାରେ ଦିଆଯାଇଛି । ତା ମଧ୍ୟରୁ ୭୮ ଲକ୍ଷ ଏବେ ବି ରାଜ୍ୟ ସରକାରମାନଙ୍କ ପାଖରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/covid-vaccine-new.jpg)