କେନ୍ଦ୍ର ସରକାର କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ଓ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଚଳାଇଛନ୍ତି । ଏହି ଯୋଜନାକୁ ଅଧିକ ପ୍ରଭାବଶାଳୀ ଓ ସୁଦୂର ପ୍ରସାରୀ କରିବା ପାଇଁ ମୁମ୍ବାଇର ଜିଲ୍ଲାପାଳ ଟାସ୍କ ଫୋର୍ସ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଫୋର୍ସ ନାଗରିକମାନଙ୍କୁ ମହିଳା ଭ୍ରୁଣ ହତ୍ୟା ରୋକିବା ଓ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ସଚେତନ କରାଇବ। ଏହି ଟାସ୍କ ଫୋର୍ସରେ ସାମାଜିକ ସଂସ୍ଥା, ଡାକ୍ତର , ଶିକ୍ଷାବିତ୍, ବିଏମସିର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ସାମିଲ କରାଯିବ।
ଏ ସଂପର୍କରେ ଜିଲ୍ଲାପାଳ ବିଭିନ୍ନ କ୍ଷେତ୍ରର ଲୋକମାନଙ୍କ ସହିତ ଆଲୋଚନା ଚଳାଇଛି। ଏହି ଟାସ୍କଫୋର୍ସ ବିଭିନ୍ନ ଅଞ୍ଚଳ ଗସ୍ତ କରି ‘ବେଟି ବଚାଓ ବେଟି ପଢାଓ’ ଯୋଜନା କିଭଳି ଲାଗୁ ହୋଇଛି ଓ କେଉଁଠାରେ ଏହାର ପ୍ରତିବନ୍ଧକ ରହୁଛି, ସେ ସଂପର୍କରେ ଅନୁଧ୍ୟାନ କରିବ । ତାପରେ ଟାସ୍କ ଫୋର୍ସ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଜଣାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/2-2.png)
/kanak/media/post_attachments/wp-content/uploads/2019/02/beti_bachao_1514179881_725x725-300x178.jpg)